Below header

ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ: ଜଳ ପ୍ରପାତରେ ଖସିପଡି ଯୁବକ ନିଖୋଜ

କଳାହାଣ୍ଡି ଡୋକରିଚଞ୍ଚରା ଜଳ ପ୍ରପାତରେ ଅଘଟଣ ଘଟିଛି । ଆଜି ଅପରାହ୍ନ ସମୟରେ ଧର୍ମଗଡ ସହରର ଚାରି ଜଣ ଯୁବକ ବୁଲିବାକୁ ଯାଇ ଡୋକରୀଦରରେ ଗାଧୋଉଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ଜଣା ପଡିଛି। ନିଖୋଜ ଯୁବକ ହେଉଛନ୍ତି ଅମନ ଅଗ୍ରୱାଲ।

ଧର୍ମଗଡ (କେନ୍ୟୁଜ): କଳାହାଣ୍ଡି ଡୋକରିଚଞ୍ଚରା ଜଳ ପ୍ରପାତରେ ଅଘଟଣ ଘଟିଛି । ଆଜି ଅପରାହ୍ନ ସମୟରେ ଧର୍ମଗଡ ସହରର ଚାରି ଜଣ ଯୁବକ ବୁଲିବାକୁ ଯାଇ ଡୋକରୀଦରରେ ଗାଧୋଉଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ଜଣା ପଡିଛି। ନିଖୋଜ ଯୁବକ ହେଉଛନ୍ତି ଅମନ ଅଗ୍ରୱାଲ । ଖବର ପାଇ ଆମପାଣି ପୋଲିସ ଓ କୋକସରା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରିଥିଲେ ବି ପାଇ ନ ଥିଲେ । ଜଳ ପ୍ରପାତରେ 30ରୁ 35ଫୁଟ ପାଣି ଥିବା ବେଳେ ଆସନ୍ତା କାଲି ଓଡ୍ରାଫ ଟିମ୍‌ ଆସି ଖୋଜାଖୋଜି କରିବା ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.