Below header

ଜୁନ୍‌ ୧୨ରେ ପାଟନାରେ ବଡ଼ ବରୋଧୀ ମେଳି, ୨୦୨୪ ନିର୍ବାଚନରେ ବଜେପି ହରାଇବା ହେବ ଗେମ୍‌ ପ୍ଲାନ୍‌

୨୦୨୪ ନିର୍ବାଚନରେ ଯେମିତି ହେଉ ବିଜେପିକୁ ଶାସନରୁ ଦୂରରେ ରଖିବାକୁ ହେବ । ଏଥିପାଇଁ ଆରମ୍ଭ ହୋଇଛି କସରତ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଧରିଛନ୍ତି ଆନ୍ଦୋଳନର ମଙ୍ଗ । ରାଜ୍ୟ ରାଜ୍ୟ ବୁଲି ବିୋରଧୀମାନଙ୍କୁ ଏକଜୁଟ୍‌ କରୁଛନ୍ତି । ଆଗାମୀ ଜୁନ ୧୨ ତାରିଖରେ ପାଟନା ଠାରେ ଏକ ମହାମେଳି ପାଇଁ ଘୋଷଣା କରିଛନ୍ତି ନୀତିଶ କୁମାର ।

ପାଟନା : ୨୦୨୪ ନିର୍ବାଚନରେ ଯେମିତି ହେଉ ବିଜେପିକୁ ଶାସନରୁ ଦୂରରେ ରଖିବାକୁ ହେବ । ଏଥିପାଇଁ ଆରମ୍ଭ ହୋଇଛି କସରତ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଧରିଛନ୍ତି ଆନ୍ଦୋଳନର ମଙ୍ଗ । ରାଜ୍ୟ ରାଜ୍ୟ ବୁଲି ବିୋରଧୀମାନଙ୍କୁ ଏକଜୁଟ୍‌ କରୁଛନ୍ତି । ଆଗାମୀ ଜୁନ ୧୨ ତାରିଖରେ ପାଟନା ଠାରେ ଏକ ମହାମେଳି ପାଇଁ ଘୋଷଣା କରିଛନ୍ତି ନୀତିଶ କୁମାର ।

ସମାନ ଭାବାପନ୍ନ ଦଳକୁ ଏକାଠି କରିବା ଏହାର ମୂଳ ଲକ୍ଷ୍ୟ । ବୈଠକ ପୂର୍ବରୁ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଆଜି ନୂତନ ସଂସଦ ଉଦ୍ଘାଟନ ଉତ୍ସବରେ । ୨୦ ବିରୋଧୀ ଦଳ ଆଜିର ଉତ୍ସବରେ ଯୋଗ ଦେଇ ନଥିବା ଦେଖାଯାଇଛି ।

ଦେଶର ପ୍ରଥମ ନାଗରୀକ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ହିଁ ନୂତନ ସଂସଦ ଭବନର ଉଦଘାଟନ କରିବା ପାଇଁ ହକଦାର ବୋଲି ବିରୋଧୀମାନେ ଅଡିବସିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଆଜି ଏହାକୁ ଉଦଘାଟନ କରିବା ପରେ ଜୋର ଧରିଛି ବିଦ୍ରୋହୀମାନଙ୍କ ବିଦ୍ରୋହ ।

ଏପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜ୍ୟ ବୁଲି ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏମିତି ୧୮ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଲାଗି ପଡିଛନ୍ତି ନୀତିଶ କୁମାର ।

ଆସନ୍ତା ଜୁନ ୧୨ ତାରିଖରେ ବିହାରରେ ଏନେଇ ଏକ ମହାମେଳି ର ଆୟୋଜନ କରାଯାଉଛି । ଏଥିରେ ସମଭାବାପନ୍ନ ୧୮ ଟି ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.