Below header

ପାର୍ବଣ ଋତୁରେ ମାତିଛନ୍ତି ଚୋର, ଚାଲିଛି ସିରିଜ୍ ଲୁଟ୍

ପାର୍ବଣ ଋତୁରେ ମାତିଛନ୍ତି ଚୋର । ରାତି ଅଧରେ ଦୋକାନ ଭାଙ୍ଗି କରୁଛନ୍ତି ଲୁଟ୍ । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରେ । ଗୋଟାଏ ରାତିରେ ଏହି ସବିରା ଷ୍ଟେସନ ବଜାରର ୯ ଟି ଦୋକାନରେ ପଶି କଳାକନା ବୁଲାଇଛନ୍ତି ଚୋର ।

ସୋର (କେନ୍ୟୁଜ୍): ପାର୍ବଣ ଋତୁରେ ମାତିଛନ୍ତି ଚୋର । ରାତି ଅଧରେ ଦୋକାନ ଭାଙ୍ଗି କରୁଛନ୍ତି ଲୁଟ୍ । କେଉଁଠି ଘରେ ପଶି ଲୁଟୁଛନ୍ତି ତ କେଉଁଠି ରାସ୍ତାଘାଟରେ ଲୁଟୁଛନ୍ତି । ବାରମ୍ବାର ଲୁଟ୍ ନେଇ ଆସୁଛି ଅଭିଯୋଗ । ପୂଜା ପେଣ୍ଡାଲ ବୁଲୁବା ଅବସରରେ ବି ଲଚଟ୍ ର ଶିକାର ହେଉଛନ୍ତି ସାଧାରଣ ଲୋକେ ।

ତେବେ ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରେ । ଗୋଟାଏ ରାତିରେ ଏହି ସବିରା ଷ୍ଟେସନ ବଜାରର ୯ ଟି ଦୋକାନରେ ପଶି କଳାକନା ବୁଲାଇଛନ୍ତି ଚୋର । ଦୋକାନର ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବାର ଦୃଶ୍ୟ କଏଦ ସବୁ ସିସିଟିଭିରେ କଏଦ ହୋଇଛି । ଚାବି ଭାଙ୍ଗି ସମସ୍ତ ଦୋକାନରୁ କ୍ୟାସ ବକ୍ସରେ ଥିବା ସବୁ ଟଙ୍କା ନେଇ ଛୁ ମାରିଛି ଚୋର। ସମସ୍ତ ଦୋକାନରୁ ପ୍ରାୟ ୫୦ ହଜାର ଟଙ୍କା କ୍ୟାସ ବାକ୍ସରୁ ଚୋରୀ ହୋଇଛି ।

ତେବେ ଆଖଣ୍ଡମଣି ଇଲୋଟ୍ରୋନିକିସ ଦୋକାନରୁ ଚୋର ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କଏଦ ହୋଇଛି । ଷ୍ଟେସନାରୀ, ଭେରାଇଟ ଷ୍ଟୋର, ପାନ ଦୋକାନ, ଅଣ୍ଡା ଦୋକାନ , ସେଲୁନ ପ୍ରଭୃତି ଦୋକାନରୁ ଚୋରୀ କରିଛି ଚୋର । ଜଣେ ଭିନ୍ନକ୍ଷମଙ୍କ ଦୋକାନକୁ ବି ଛାଡ଼ିନାହାନ୍ତି ଏହି ଚୋର ମାନେ । ଯାହା ଜଣାପଡିଛି ଭିନ୍ନକ୍ଷମ ବୃନ୍ଦାବନ ଦଳେଇଙ୍କ ଏକ ଟେଲର ଦୋକାନଟିଏ କରି ପରିବାର ଚଳାନ୍ତି ।

ଏପଟେ ଏହି ସବିରା ବଜାର ସରିଜି ଚୋରି ନେଇ ଖବରପାଇବା କ୍ଷଣି ସୋର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଭିଜୁଆଲ ଆଧାରରେ ପଚରାଉଚରା ଚାଲିଛି । ଏପଟେ ଚୋର ମାନଙ୍କୁ ଧରିବା ସହିତ ଚୋରୀ ଜିନିଷ ଉଦ୍ଧାର ପାଇଁ ଦୋକାନୀ ମାନେ ଦାବି କରିଛନ୍ତି ।

ଏପଟେ ଲୁଟେରା ମାନଙ୍କ ଠାରୁ ଆପଣମାନଙ୍କୁ ବି ସତର୍କ ରହିବାକୁ ପଡିବ । ଯଥା ସମ୍ଭବ ନିଜର ସୁରକ୍ଷା ନିଜେ ହିଁ ଆପଣାନ୍ତୁ । ନିଜ ଦୋକାନ କିମ୍ବା ଘରକୁ ସୁରକ୍ଷିତ ରହିବା ପାଇଁ କିଛି ଏମିତି ଉପାୟ ଗ୍ରହଣ କରନ୍ତୁ ଯେମିତି ସହଜରେ କୌଣସି ଚୋର ନିଜ ଷଡଯନ୍ତ୍ରରେ ସଫଳ ହୋଇପାରିବ ନାହିଁ । ସବୁଠୁ ଆଗରେ ପୋଲିସ୍ ପ୍ରଶାସନକୁ ଏଥିପ୍ରତି ଆହୁରୀ କଠୋର ନୀତି ଅବଲମ୍ବନ କରିବାକୁ ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.