Below header

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି, ଏପର୍ଯ୍ୟନ୍ତ ୪୭୦୦ ରୁ ଅଧିକ ମୃତ

ଗାଜା ଉପରେ ଏୟାର ଷ୍ଟ୍ରାଇକ ଅଧିକ ଜୋରଦାର କରିଛି ଇସ୍ରାଏଲ ସେନା । ବିମାନ ଦ୍ବାରା ଆକ୍ରମଣ କରି ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଥିବା ଅଲ୍ -ଅନ୍ସାର ମସଜିଦ ତଳେ ଥିବା କମାସ୍ କମାଣ୍ଡର ସେଣ୍ଟରକୁ ଧ୍ବଂସ କରାଯାଇଛି । ରବିବାର ଠାରୁ ଆରମ୍ଭ କରି ସୋମବାର ପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି ।

ହମାସ – ଇସ୍ରାଏଲ ଯୁଦ୍ଧ ଜାରି ରହିଛି । ଟାର୍ଗେଟରେ ହମାସର ଆତଙ୍କବାଦୀ ଆଡ୍ଡା । ଗାଜା ଉପରେ ଏୟାର ଷ୍ଟ୍ରାଇକ ଅଧିକ ଜୋରଦାର କରିଛି ଇସ୍ରାଏଲ ସେନା । ବିମାନ ଦ୍ବାରା ଆକ୍ରମଣ କରି ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଥିବା ଅଲ୍ -ଅନ୍ସାର ମସଜିଦ ତଳେ ଥିବା କମାସ୍ କମାଣ୍ଡର ସେଣ୍ଟରକୁ ଧ୍ବଂସ କରାଯାଇଛି । ରବିବାର ଠାରୁ ଆରମ୍ଭ କରି ସୋମବାର ପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି । ଗତ ୨୪ ଘଣ୍ଟା ମଧ୍ୟରେ ହିଜବୁଲର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଏହା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।

ଗ୍ରାଉଣ୍ଡ ଅପରେସନରୁ ହମାସ ନିୟନ୍ତ୍ରିତ ଗାଜା ଉପରେ ଭୀଷଣ ବୋମାମାଡ଼ ହେଉଛି। ଏଇଠୁ ବହୁ ଆତଙ୍କବାଦୀ ଆକ୍ରମଣ ଯୋଜନା ପରିଚାଳିତ ହୋଇଥିଲା । ସୋମବାର ସକାଳେ ଇସ୍ରାଏଲର ବିମାନ ଲେବାନନରେ ଦୁଇଟି ହିଜବୁଲ ସେଲ୍‌କୁ ଧକ୍କା ଦେଇଥିବା ଖବର ସାମ୍ନାକୁ ଆସିଛି ।  ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କଲେ ଲେବାନନ୍‌ରେ ଧ୍ବଂସଲୀଳା ସୃଷ୍ଟି ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଧମକ ଦେଇଛନ୍ତି।

ଗାଜାରେ ୨୪ ଘଣ୍ଟାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ୪୭୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଯାଇଥିବା ବେଳେ ୧୪୨୪୫ ଲୋକ ଆହତ ହୋଇଛନ୍ତି । ଯୁଦ୍ଧ ବଢୁଥିବାରୁ ଲୋକଙ୍କୁ ଉତ୍ତର ଗାଜା ଛାଡ଼ି ପଳାଇଯିବାକୁ ସାନି ଚେତାବନୀ ଜାରି କରିଛି ଆଇଡିଏଫ । ଏୟାର ଷ୍ଟ୍ରାଇକ ବଢ଼ିବା ପରେ ଉତ୍ତର ଗାଜା ଛାଡ଼ି ଜେରୁଜେଲମ ପଳାଉଛନ୍ତି ଲୋକେ । ଗାଜାରେ ୪୦ ପ୍ରତିଶତ ଘର ଧ୍ବଂସ ହୋଇ ଗଲାଣି ।

ହମାସ ଆତଙ୍କବାଦୀମାନେ ୨୧୨ ଜଣଙ୍କୁ ଗାଜାରେ ପଣବନ୍ଦୀ କରି ରଖିଛନ୍ତି  । ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.