Below header

ରାଜ୍ୟରେ କମିଛି ବର୍ଷା : ଟାଇଁ ଟାଇଁ ହେଉଛି ଖରା, ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ

ରାଜ୍ୟରେ ବର୍ଷା ମାତ୍ରା କମିଛି । ସାମାନ୍ୟ ବଢ଼ିଛି ତାପମାତ୍ରା । ଆଜି ସକାଳ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ପାରଦ ସାମାନ୍ୟ ବଢିଥିଲେ ବି ବାହାରକୁ ବାହାରିଲେ ଜଳି ଗଲା ବଳି ଲାଗୁଛି ଦେହ ମୁହଁ ।

ଭୁବନେଶ୍ୱର (କେନ୍ୟୁଜ): ଦୁର୍ବଳ ପଡ଼ିଛି ମୌସୁମୀ ପ୍ରବାହ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ମାତ୍ରା କମିଛି । ସାମାନ୍ୟ ବଢ଼ିଛି ତାପମାତ୍ରା । ଆଜି ସକାଳ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ପାରଦ ସାମାନ୍ୟ ବଢିଥିଲେ ବି ବାହାରକୁ ବାହାରିଲେ ଜଳି ଗଲା ବଳି ଲାଗୁଛି ଦେହ ମୁହଁ ।

ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଚାନ୍ଦବାଲିରେ ପାରଦ ୩୬, ସମ୍ବଲପୁରରେ ୩୫, ହୀରାକୁଦରେ ୩୪.୪, ଝାରସୁଗୁଡ଼ାରେ ୩୪.୪ ଡିଗ୍ରୀ ରହିଛି ପାରଦ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ସାଢ଼େ ୧୧ଟା ସୁଦ୍ଧା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟରେ ଗତ ୩ ଦିନ ଧରି ମୌସୁମୀ ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ତାତି ଓ ଗୁଳୁଗୁଳି ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.