ଟିମ୍‌ ଇଣ୍ଡିଆର ଲିଡ୍‌ ସ୍ପନସର ହେଲା Dream 11, ବିସିସିଆଇ କଲା ଜର୍ସି ସ୍ପନସରରେ ପରିବର୍ତ୍ତନ

ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହୋଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଆଗାମୀ ୩ ବର୍ଷ ପାଇଁ ଟିମ୍‌ ଇଣ୍ଡିଆ ଜର୍ସିର ଲିଡ୍‌ ସ୍ପନସର ହେବ ଡ୍ରିମ୍‌ ୧୧ । ୱେଷ୍ଟଇଣ୍ଡିଜ ଟୁର ପୂର୍ବରୁ ବିସିସିଆଇ ଏହି ଘୋଷଣା କରିଛି ।

ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବ ନାହିଁ ବାଇଜୁ । ବିସିସିଆଇ ଟିମ୍‌ ଇଣ୍ଡିଆ ଜର୍ସି ସ୍ପନସରରେ ପରିବର୍ତ୍ତନ କରିଛି । ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହୋଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଆଗାମୀ ୩ ବର୍ଷ ପାଇଁ ଟିମ୍‌ ଇଣ୍ଡିଆ ଜର୍ସିର ଲିଡ୍‌ ସ୍ପନସର ହେବ ଡ୍ରିମ୍‌ ୧୧ । ୱେଷ୍ଟଇଣ୍ଡିଜ ଟୁର ପୂର୍ବରୁ ବିସିସିଆଇ ଏହି ଘୋଷଣା କରିଛି । ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆ ଜର୍ସିରେ ନଜର ଆସିବ ଡ୍ରିମ ୧୧ ।

ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ମୁଁ ଡ୍ରିମ ୧୧ କୁ ଶୁଭେଚ୍ଛା ଜଣାଉଛି ଏବଂ ପୁଣି ଥରେ ବୋର୍ଡକୁ ସ୍ୱାଗତ କରୁଛି । ବିସିସିଆଇର ଅଫିସିଆଲ ସ୍ପନସର ଠାରୁ ଆରମ୍ଭ କରି ଲିଡ ସ୍ପନସର ହେବା ପର୍ଯ୍ୟନ୍ତ ବିସିସିଆଇ ଏବଂ ଡ୍ରିମ ୧୧ର ସହଭାଗିତା ଲଗାତାର ମଜବୁତ ହେଉଛି । ଏହା ଭାରତୀୟ କ୍ରିକେଟର ବିଶ୍ୱାସ, ମୂଲ୍ୟ କ୍ଷମତା ଏବଂ ବିକାଶକୁ ପ୍ରମାଣ କରୁଛି ।

ଡ୍ରିମ୍‌ ୧୧ ପୂର୍ବରୁ ବିସିସିଆଇର ପ୍ରାୟୋଜକ ଥିଲା ବାଇଜୁ । ସମୟ ପୂର୍ବରୁ ବାଇଜୁ ବିସିସିଆଇ ସହିତ ଡ୍ରାଫ୍ଟକୁ ଶେଷ କରିଥିଲା । ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ୍ ଜର୍ସି ସ୍ପନସର ଭାବରେ ADIDASକୁ ନିଯୁକ୍ତ କରିଛି । WTC ଫାଇନାଲ୍ ପୂର୍ବରୁ ଅଫିସିଆଲ୍ କିଟ୍ ସ୍ପନସର ଭାବରେ ADIDASକୁ ବିସିସିଆଇ ସାମିଲ କରିଥିଲା । ADIDAS ପୂର୍ବରୁ ନାଇକ୍ ବୋର୍ଡ ଜର୍ସି ତିଆରି କରୁଥିଲା ।

ସୂଚନାଯୋଗ୍ୟ, ନିକଟରେ ଟିମ୍‌ ଇଣ୍ଡିଆ କିଟ୍‌ ସ୍ପନସରରେ ପରିବର୍ତ୍ତନ ହୋଇଥିଲା । ଆଡିଡାସ ଭାରତୀୟ କ୍ରିକେଟ ଟିମ୍‌ର କିଟ୍‌ ସ୍ପନସର ହୋଇଥିଲା । ଆଡିଡାସ୍‌ କିଲରକୁ ରିପ୍ଲେସ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.