ନୂଆପଡ଼ା ପୋଲିସକୁ ସଫଳତା, ଜଙ୍ଗଲରୁ ଠାବ ହେଲା ମାଓ କ୍ୟାମ୍ପ ଓ ବିସ୍ଫୋରକ ସାମଗ୍ରୀ

ନୂଆପଡ଼ା ପୋଲିସକୁ ସଫଳତା। ଜଙ୍ଗଲରୁ ଠାବ କଲା ମାଓକ୍ୟାମ୍ପ ଓ ବିସ୍ଫୋରକ ସାମଗ୍ରୀ। ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ମାଓ ପୁସ୍ତିକା, ମାଓ ପୋଷାକ, ଔଷଧ ଆଦି ଜବତ ହୋଇଛି।

ନୂଆପଡା (କେନ୍ୟୁଜ): ନୂଆପଡ଼ା ପୋଲିସକୁ ସଫଳତା। ଜଙ୍ଗଲରୁ ଠାବ କଲା ମାଓକ୍ୟାମ୍ପ ଓ ବିସ୍ଫୋରକ ସାମଗ୍ରୀ। ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ମାଓ ପୁସ୍ତିକା, ମାଓ ପୋଷାକ, ଔଷଧ ଆଦି ଜବତ ହୋଇଛି । ପାଟଦରା ସଂରକ୍ଷିତ ଜଙ୍ଗଲରେ ମେନପୁର- ନୂଆପଡା ଡିଭିଜନର ସଶସ୍ତ୍ର ମାଓବାଦୀ କ୍ୟାମ୍ପ କରି ବଡଧରଣର ଅଘଟଣ ପାଇଁ ଯୋଜନା କରୁଥିଲେ ।

ପୋଲିସ ଓ ଗୁଇନ୍ଦା ବିଭାଗ ସୂଚନା ପାଇବା ପରେ ଜଙ୍ଗଲଲେ ମିଳିତ କମ୍ବିଂ ଅପରେସନ୍‌ କରିଥିଲେ ସିଆରପିଏଫ, ଏସ୍‌ଓଜି ଏବଂ ଡିଭିଏଫ ଯବାନ । କମ୍ବିଂ ଅପରେସନ ଖବର ପାଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.