ଓଡ଼ିଶାରେ ନାହିିଁ ବ୍ଲାକ୍‌ ଫଙ୍ଗସ୍‌, କୋଭିଡ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ନାହିଁ ବ୍ଲାକ୍‌ ଫଙ୍ଗସ । ଓଡ଼ିଶାରେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ବ୍ଲାକ୍‌ ଫଙ୍ଗସ୍‌ ନଜରକୁ ଆସିନାହିଁ। ଏହା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । କୋଭିଡରୁ ଆରୋଗ୍ୟ ପରେ ଗୁଜରାଟ ଓ ଦିଲ୍ଲୀରେ ବ୍ଲାକ୍‌ ଫଙ୍ଗସ୍‌ରେ ଏକାଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ SCBକୁ ସ୍ଥାନାନ୍ତର ହେଉଥିବା ରୋଗୀଙ୍କ ଭିତରେ ବ୍ଲାକ୍‌ ଫଙ୍ଗସ୍‌ କେସ୍‌ ନାହିଁ। ଅନ୍ୟ ରୋଗରେ ବ୍ଲାକ୍‌ ଫଙ୍ଗସ୍‌ ଅଛି।

ଦିଲ୍ଲୀ ଓ ଗୁଜୁରାଟରେ ବ୍ଲାକ ଫଙ୍ଗସ ବା ମ୍ୟୁକୋରମାଇକୋସିସ୍‌ରେ ପୀଡ଼ିତ ଏକାଧିକ ବ୍ୟକ୍ତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ ଡ୍ରଗ୍ସର ଅଧିକ ବ୍ୟବହାର ଯୋଗୁ ସେମାନେ ବ୍ଲାକ ଫଙ୍ଗସର ଶୀକାର ହୋଇଥାନ୍ତି । ଅନିୟନ୍ତ୍ରିତ ଡାଇବେଟିସ ଓ ଇମ୍ୟୁନୋ ସିଷ୍ଟମ ଦୁର୍ବଳ ଥିବା ଲୋକଙ୍କୁ ବ୍ଲାକ ଫଙ୍ଗସ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.