Below header

୯୦ କିମି ବେଗରେ ପବନ ବହି ଭାଙ୍ଗିଗଲା ଚୀନର ପ୍ରସିଦ୍ଧ ‘ଗ୍ଲାସ ବ୍ରିଜ’, ୩୩୦ ଫୁଟ ଉଚ୍ଚରୁ ଲଟକି ରହିଲେ ଯୁବକ

ଚୀନର ପ୍ରସିଦ୍ଧ ଗ୍ଲାସ ବ୍ରିଜର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ପାଖାପାଖି ୩୩୦ ଫୁଟ ଉଚ୍ଚରୁ ଲଟକିଥିବା ଦେଖିବାକୁ ମିଳୁଛି। ଜଣାପଡିଛି ଯେ ପ୍ରତି ଘଣ୍ଟା ୯୦ କିମି ବେଗରେ ବହିଥିବା ପବନ ଏହି ବ୍ରିଜକୁ କ୍ଷତି ପହଞ୍ଚାଇଛି। ବ୍ରିଜର କିଛି ଅଂଶ କାଚ ଉଡ଼ି ଯାଇଛି ଏବଂ ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେତେବେଳେ ବ୍ୟକ୍ତି ଜଣକ ବ୍ରିଜ ଉପରେ ଥିଲେ। ପରେ ଉଦ୍ଧାରକାରୀ ଦଳଙ୍କ ସାହାଯ୍ୟରେ ତାଙ୍କୁ ତଳକୁ ଅଣାଯାଇଥିଲା।

ରିପୋର୍ଟ ମୁତାବକ, ଏହି ଘଟଣା ଚୀନର ଲୋଙ୍ଗଜିଙ୍ଗ ସହରରେ ତିଆରି ହୋଇଥିବା କାଚ ବ୍ରିଜ ଉପରେ ଘଟିଛି। ଗତ ଶୁକ୍ରବାର ଏଠାରେ ୯୦ କିମି ବେଗରେ ପବନ ବହିଥିଲା। ଆଉ ଏଥିରେ ଏହି ବ୍ରିଜର କାଚ ଉଡ଼ି ଯାଇଥିଲା। ଏହି ସମୟରେ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତି ସେଠାରେ ଫସି ଯାଇଥିଲେ। ବ୍ରିଜର ରେଲିଂକୁ ଧରି ସେ ଦୀର୍ଘ ସମୟ ଲଟକି ରହିଥିଲେ।

ଏହି ଘଟଣାର ଫଟୋ ପ୍ରଥମେ ଚୀନର ଟ୍ୱିଟର କୁହାଯାଉଥିବା Weiboରେ ପୋଷ୍ଟ କରାଯାଇଥିଲା। ତେବେ ଉଦ୍ଧାର ପରେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମନୋବୈଜ୍ଞାନିକ ପରାମର୍ଶ ଦିଆଯାଇଥିଲା। କାରଣ, ବ୍ୟକ୍ତି ଜଣକ ବହୁତ ଡରି ଯାଇଥିଲେ। ସେପଟେ ସୋସିଆଲ ମିଡିଆରେ ଲୋକେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.