Below header

ପୋଲିସ ବେଶରେ ସୁନା ବ୍ୟବସାୟୀଙ୍କୁ ଲୁଟୁ ଥିଲେ : ୧୩ଙ୍କୁ ମାଡିବସିଲା କଳାହାଣ୍ଡି ପୋଲିସ

ପୋଲିସ ବେଶରେ କରୁଥିଲେ ଡକାୟତି । ଗିରଫ କଲା କଳାହାଣ୍ଡି ପୋଲିସ । ୧୩ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କଳାହାଣ୍ଡି ପୋଲିସ ଗିରଫ କରିଛି । ପୋଲିସ ପୋଷାକ ପିନ୍ଧି ସୁନା ବ୍ୟବସାୟୀଙ୍କୁ ଲୁଟିବାର ଲାଗିଥିଲେ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ।

କଳାହାଣ୍ଡି (କେନ୍ୟୁଜ): ପୋଲିସ ବେଶରେ କରୁଥିଲେ ଡକାୟତି । ଗିରଫ କଲା କଳାହାଣ୍ଡି ପୋଲିସ । ୧୩ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କଳାହାଣ୍ଡି ପୋଲିସ ଗିରଫ କରିଛି । ପୋଲିସ ପୋଷାକ ପିନ୍ଧି ସୁନା ବ୍ୟବସାୟୀଙ୍କୁ ଲୁଟିବାର ଲାଗିଥିଲେ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ । ଏଥିସହ ନକଲି ସୁନା କାରବାର ବି କରୁଥିଲେ । ଗତ ୧୬ ତାରିଖ ଦିନ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରାଜକିଶୋର ନାଗ ବଲାଙ୍ଗୀର ସଇଁତଳାରେ ଜଣେ ସୁନା ବ୍ୟବସାୟୀଙ୍କୁ କମ ଦରରେ ଅଧକିଲୋ ସୁନା ଯୋଗାଇ ଦେବାକୁ କହି ୧୩ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ । ଟଙ୍କା ଧରି ଭବାନୀପାଟଣା ଆସିବାକୁ କହିଥିଲେ ।

ସଂପୃକ୍ତ ବ୍ୟବସାୟୀ ଟଙ୍କା ନେଇ ଆସିବା ପରେ ତାଙ୍କୁ ସୁନା ନ ଦେଇ ୧୩ ଲକ୍ଷ ଟଙ୍କା ଝାମ୍ପି ଫେରାର ମାରିଥିଲେ । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି କଳାହାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଥିଲା କଳାହାଣ୍ଡି ପୋଲିସ । ପରେ ସମସ୍ତ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଜିଲ୍ଲାରୁ ଗିରଫ କରାଯାଇଛି । ଡକାୟତ ଗ୍ୟାଙ୍ଗ କେବଳ ଏହି ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ଅନେକ ସମୟରେ ପୋଲିସ ଓ CRPF ପୋଷାକ ପିନ୍ଧି ନକଲି ସୁନା କାରବାର କରୁଥିବା ଜଣାପଡ଼ିଛି । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜକିଶୋର ନାଗ । ଘର ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରେ । ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୫ ଲକ୍ଷ ୭୪ ହଜାର ୫ ସହ ଟଙ୍କା ଜବତ କରାଯାଇଛି । ଡକାୟତିରେ ବ୍ୟବହାର କରାଯାଇଥିବା ଗୋଟିଏ ବୁଲେଟ, ସୁନା ଗହଣା, ପ୍ରାୟ ୨ ସହ ଗ୍ରାମ ନକଲି ସୁନା ଓ ମାରଣାସ୍ତ୍ର ସମେତ ନକଲି ପୋଲିସ ଓ CRPF ପୋଷାକ ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.