ବିକାଶ ଧାରାରେ ଆଗଉଛି ଜଗତସିଂହପୁର ଜିଲ୍ଲା: ମା’ ଶାରଳାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ 5T ସଚିବ

ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଶାରଳା ମନ୍ଦିରରେ ପହଞ୍ଚିଥିଲେ ଭିକେ ପାଣ୍ଡିଆନ୍‌। ମନ୍ଦିର ପରିସରରେ ନିର୍ମାଣାଧୀନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପୂଜକ ମାନଙ୍କ ସହ ଆଲୋଚନା କରିଛନ୍ତି।

ଜଗତସିଂହପୁର (କେନ୍ୟୁଜ): ବିକାଶ ଧାରାରେ ଆଗଉଛି ଜଗତସିଂହପୁର ଜିଲ୍ଲା। ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ନିର୍ମାଣାଧୀନ ପ୍ରକଳ୍ପକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଶାରଳା ମନ୍ଦିରରେ ପହଞ୍ଚିଥିଲେ ଭିକେ ପାଣ୍ଡିଆନ୍‌। ମନ୍ଦିର ପରିସରରେ ନିର୍ମାଣାଧୀନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପୂଜକ ମାନଙ୍କ ସହ ଆଲୋଚନା କରିଛନ୍ତି।

ପରେ ପୋଷ୍ଟ ଅଫିସ ଛକ ଠାରେ ମାଛଗାଁ ମେନ୍‌ କେନାଲ ଉପରେ ଡିଷ୍ଟ୍ରିବ୍ୟୁଟାରୀ-୧୦ ବକ୍ସ ବୁଲି ଦେଖିବେ। ତିର୍ତ୍ତୋଲରେ ମିଶନ ଶକ୍ତି କାଫେ ପରିଦର୍ଶନ କରିବେ ଭିକେ ପାଣ୍ଡିଆନ। ଏହା ପରେ ରଘୁନାଥପୁର ଗସ୍ତ କରି ଛପଦା ଠାରେ ଗୋରଖନାଥ ମନ୍ଦିରରେ ଦର୍ଶନ କରିବେ 5T ସଚିବ। ସେଠାରୁ ଜଇପୁରରେ ବୟନ ଗ୍ରାମ ବୁଲି ଦେଖିବେ। ପରେ ନିର୍ମାଣାଧୀନ ଜଇପୁର-କଟିକଟା ବ୍ରିଜର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ। ଏହା ପରେ ବିରିଡି ଗସ୍ତ କରି ଧ୍ୟାନକୁଦରେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା କରିବେ। ଏହା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ଭିକେ ପାଣ୍ଡିଆନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.