ମୃଦୁ ପାନୀୟରେ କ୍ୟାନସର : ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ମୃଦୁ ପାନୀୟରେ କ୍ୟାନସର । ଡାଏଟ କୋକ୍‌ , ଏନର୍ଜି ଡ୍ରିଙ୍କସ୍‌ , ଚୁଇଙ୍ଗ ଗମ୍‌ ଖାଇବା ହୋଇପାରେ ବିପ୍ପଜନକ । ଏଥିରେ ମିଶୁଥିବା କୁତ୍ରିମ ମିଠା ବା ଏସପାର୍ଟେମ କ୍ୟାନସର କରାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ନୂଆଦିଲ୍ଲୀ : ମୃଦୁ ପାନୀୟରେ କ୍ୟାନସର । ଡାଏଟ କୋକ୍‌ , ଏନର୍ଜି ଡ୍ରିଙ୍କସ୍‌ , ଚୁଇଙ୍ଗ ଗମ୍‌ ଖାଇବା ହୋଇପାରେ ବିପ୍ପଜନକ । ଏଥିରେ ମିଶୁଥିବା କୁତ୍ରିମ ମିଠା ବା ଏସପାର୍ଟେମ କ୍ୟାନସର କରାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବଜାରରେ ମିଳୁଥିବା କୋକାକଲା ସମେତ ଅନ୍ୟାନ୍ୟ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସରେ ଆର୍ଟିଫିସିଆଲ ସୁଇଟନର ବା ଏସପାର୍ଟେମ ନାମକ ପଦାର୍ଥକୁ କମ୍ପାନୀମାନେ ବ୍ୟବହାର କରନ୍ତି ।

ଯାହା ଡାଏଟ ସୋଡାଠୁ ଆରମ୍ଭ କରି ଚୁଇଙ୍ଗମରେ ବ୍ୟବହାର କରାଯାଏ । କ୍ୟାନସର ଉପରେ ରିସର୍ଚ କରୁଥିବା ସଂସ୍ଥା ଇଂଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍‌ କ୍ୟାନସର ଜୁଲାଇରେ ଏହି ଏସପାର୍ଟେମକୁ କ୍ୟାନସର କାରକ ପଦାର୍ଥ ତାଲିକାରେ ସାମିଲ କରିବ । ଏସପାର୍ଟେମ ବ୍ୟବହାର କରୁଥିବା ଫ୍ରାନ୍ସର ୧ଲକ୍ଷ ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା । ଅଧିକ କୁତ୍ରିମ ମିଠା ବ୍ୟବହାର କରୁଥିବା ଲୋକଙ୍କ ପ୍ରତି କ୍ୟାନସର ଭୟ ଅଧିକ ଥିବା ରିସର୍ଚ୍ଚରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.