ବର୍ଷାରେ ଫାଟିଯାଇପାରେ Smart TV!

ବର୍ଷାରେ ଟିଭି ପାଲଟିବ ବମ! ଏଇ ଟିକେ ଭୁଲରେ ହୋଇଯାଇପାରେ ବ୍ଲାଷ୍ଟ, ସତର୍କ ରୁହନ୍ତୁ

ବର୍ଷା ଋତୁ ଆସିଛି। ଏହି ସମୟରେ ଇଲେକ୍ଟ୍ରୋନିକ୍ ଜିନିଷ କ୍ଷତି ହେବାର ଆଶଙ୍କା ଅଧିକ ଥାଏ । ଖାସ କରି ଘରେ ଥିବା ଜିନିଷ ଯେପରିକି ଫ୍ରିଜ କିମ୍ବା ଟିଭି କ୍ଷତି ହେବାର ଆଶଙ୍କା ବଢ଼ିଯାଏ । ବର୍ଷା ଋତୁରେ ଏକ ଛୋଟ ଭୁଲ ବଡ଼ ଦୁର୍ଘଟଣା ଘଟିପାରେ। ଟିକେ ଅବହେଳାରେ ଟିଭି ବୋମା ହୋଇ ବ୍ଲାଷ୍ଟ ହୋଇପାରେ । ତେଣୁ ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ କୁ ଅନୁସରଣ କଲେ ଆମେ ଏସବୁ ଜିନିଷକୁ ସୁରକ୍ଷିତ ରଖି ପାରିବା । ଯଦି ଆପଣ ଏହାକୁ ଏଡାଇବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।

ତାରକୁ ଯାଞ୍ଚ କରନ୍ତୁ :
ଯେତେବେଳେ ବର୍ଷା ହେଉଛି ସେହି ସମୟରେ ଆଖପାଖରେ ଥିବା ଇଲେକ୍ଟ୍ରି ତାରକୁ ଚେକ କରନ୍ତୁ । ଏହା ବୋର୍ଡ ସହ ଲାଗିଥିଲେ ଅଧିକ ବିପଦ ଥାଏ। ସ୍ମାର୍ଟ ଟିଭି ବ୍ୟବହାର କରିବା ପୂର୍ବରୁ ଏହାକୁ ସବୁବେଳେ ଚେକ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷା ଝଡ ସମୟରେ କଦାପି ଟିଭି ତଥା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ବ୍ୟବହାର କରନ୍ତୁ ନାହିଁ ।

ୱିଣ୍ଡୋ ବନ୍ଦ କରନ୍ତୁ :
ଯଦି ଆପଣଙ୍କର ଟିଭି ୱିଣ୍ଡୋ ବା ଝରକା ପାଖରେ ଅଛି, ତେବେ ନିହାତି ଆପଣ ଏହାକୁ ବନ୍ଦ କରି ଦିଅନ୍ତୁ । ଏମିତିରେ ବର୍ଷା କିମ୍ବା ଆର୍ଦ୍ରତା ଆପଣଙ୍କ ଟିଭିର ଭିତରକୁ ପ୍ରବେଶ କରିପାରିବ ନାହିଁ ।

ସୁଇଚ୍ ଯାଞ୍ଚ କରନ୍ତୁ:
ଯେତେବେଳେ ଆମେ ସ୍ମାର୍ଟ ଟିଭିକୁ ସୁରକ୍ଷିତ ରଖିବାକୁ ଚାହୁଁ, ଆମକୁ ସୁଇଚ୍ ଏବଂ ଭୋଲଟେଜ୍ ର ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ବିଦ୍ୟୁତ୍ ତ୍ରୁଟି ସମୟରେ ଯଦି ଆପଣଙ୍କର ଟିଭି ଚାଲୁଥାଏ ଏହା ଟିଭିକୁ ନଷ୍ଟ କରିପାରେ। ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ ଆପଣ ଏକ ଭୋଲ୍ଟେଜ୍ ଷ୍ଟାବିଲାଇଜର୍ କିମ୍ବା UPS ବ୍ୟବହାର କରିପାରିବେ।

ହାତ ଶୁଖିଲା ରଖନ୍ତୁ:
ଯେତେବେଳେ ଆପଣ ସ୍ମାର୍ଟ ଟିଭି ବ୍ୟବହାର କରୁଛନ୍ତି ସେତେବେଳେ ହାତ ଶୁଖିଲା ରହିବା ଜରୁରୀ। ଟିଭି, ରିମୋଟ କିମ୍ବା ଟଚ୍ ସ୍କ୍ରିନକୁ ଓଦା ହାତରେ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.