ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର, ଦ୍ୱିତୀୟ ଦିନରେ ପହଞ୍ଚିଲା ଧାରଣା

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ୩ ଦଫା ଦାବିରେ ଚାଲିଛି ଆନ୍ଦୋଳନ । ଦ୍ୱିତୀୟ ଦିନରେ ପହଞ୍ଚିଛି ଧାରଣା। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ଵାନରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଲୋୟର ପିଏମଜିରେ ମହାସମାବେଶରେ ସାମିଲ ହୋଇଛନ୍ତି ।

ଶିକ୍ଷା ସହାୟକ ଭାବେ ନିଯୁକ୍ତ ହୋଇଥିବା ୬ ବର୍ଷ ସମୟକୁ ରେଗୁଲାର ନିଯୁକ୍ତି ଭାବେ ବିବେଚନା କରି ଇନକ୍ରିମେଣ୍ଟ ପ୍ରଦାନ କରାଯାଉ । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନସନ ନୀତି ପରିବର୍ତ୍ତେ ପୁରୁଣା ପେନସନ ନୀତିକୁ ଲାଗୁ ପାଇଁ ମହାସଂଘ ଦାବି କରିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନରୁ ହଟିବେନି ବୋଲି ଚେତାବନୀ ଦିଆଯାଇଛି । ଗତକାଲିଠାରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.