Below header

ଚିନ୍ତା ବଢ଼ାଉଛନ୍ତି ହଜାର ସଂଖ୍ଯକ ମାଙ୍କଡ ପଲ, ଗାଁ ରେ ପଶି କରୁଛନ୍ତି ଉପଦ୍ରବ

ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ । ଗୋଟିଏ କି’ ଦୁଇଟି ନୁହେଁ । ହଜାର ସଂଖ୍ଯକ ମାଙ୍କଡ ଗାଁ ରେ ପଶି କରୁଛନ୍ତି ଉପଦ୍ରବ। କ୍ଷେତରେ ପଶି ଖାଉଛନ୍ତି ଫସଲ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି , ଚାଷୀମାନେ ଏବେ ଚିନ୍ତାରେ । ଦିନ ତମାମ ହିଡରେ ଠିଆହୋଇ ପାଟିକରି ଘଉଡାଇବାରେ ବ୍ଯସ୍ତ ସଭିଏଁ ।

ଭଞ୍ଜନଗର(କେନ୍ୟୁଜ୍): ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ । ଗୋଟିଏ କି’ ଦୁଇଟି ନୁହେଁ । ହଜାର ସଂଖ୍ଯକ ମାଙ୍କଡ ଗାଁ ରେ ପଶି କରୁଛନ୍ତି ଉପଦ୍ରବ। କ୍ଷେତରେ ପଶି ଖାଉଛନ୍ତି ଫସଲ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି , ଚାଷୀମାନେ ଏବେ ଚିନ୍ତାରେ । ଦିନ ତମାମ ହିଡରେ ଠିଆହୋଇ ପାଟିକରି ଘଉଡାଇବାରେ ବ୍ଯସ୍ତ ସଭିଏଁ ।

ଏପଟେ କ୍ଷେତରେ ରହିଛି ପାଳଭୂତ । ତଥାପି ମାଙ୍କଡଙ୍କ ଖାତିରି ନାହିଁ । କେତେବେଳେ ଗାଁ ଭିତରେ ପଶି ଉପଦ୍ରବ କରୁଛନ୍ତି ତ’ , ଆଉ କେତେବେଳେ କ୍ଷେତରେ ପଶି ଫସଲ ଖାଇ ଯାଉଛନ୍ତି । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗାଁ ରେ ଦେଖିବାକୁ ମିଳୁଛି ଏଭଳି ଘଟଣା। ମାଙ୍କଡ ପଲ ଦଳଦଳ ହୋଇ ଚଳାଇଛନ୍ତି ଉପଦ୍ରବ ।

ଆସିକା ବ୍ଳକର କେନ୍ଦୁପଦର , ବେଲଗୁଣ୍ଠା ବ୍ଳକର ମନ୍ଦାର , ଇଙ୍ଗିନାଠି , କରାଗାଡିଆ, ମାଧବରିଡା ଭଳି ଆଖପାଖ ଅଧିକାଂଶ ଗାଁ ମାନଙ୍କରେ ପ୍ରାୟତଃ ଦେଖିବାକୁ ମିଳୁଛି ଏହି ମାଙ୍କଡ ପଲଙ୍କ ଉପଦ୍ରବ। ମୁଗ , ବିରି ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା କ୍ଷେତରେ ପଶି , ସବୁ ଖାଇ ଯାଉଛନ୍ତି ମାଙ୍କଡ ପଲ । ଅମଳ ସମୟରେ ସବୁ ଫସଲ ମାଙ୍କଡ ଦ୍ଵାରା ନଷ୍ଟ ହେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି , ଚାଷୀ । ଏନେଇ କେନ୍ଦୁପଦର ଅଞ୍ଚଳର ଚାଷୀ ମାନେ , ଗଂଜାମ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ଏପଟେ ଅଭିଯୋଗ ପରେ , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଏବଂ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କେବଳ ସେତିକି ନୁହେଁ , ବାରହାଙ୍କ ଦ୍ଵାରା ମଧ୍ୟ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ବାରହା ଉପଦ୍ରବ ଜନିତ କ୍ଷତିପୂରଣ ଦେବା ପାଇଁ , ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ, ମାଙ୍କଡଙ୍କୁ ଧରି ଅନ୍ଯତ୍ର ଛାଡ଼ିବା ପାଇଁ ପ୍ରୟାସ ଆରମ୍ଭ କରାଯିବ ବୋଲି , ବିଭାଗୀୟ ଅଧିକାରୀ କହିଛନ୍ତି ।

ଗତ କିଛି ବର୍ଷ ହେଲା ବଣୁଆ ହାତୀ , ବାରହା , ହରିଣଙ୍କ ଦ୍ବାରା ଫସଲ କ୍ଷତି ହେଉଥିବା ଚାଷୀ ମାନେ ଅଭିଯୋଗ କରି ଆସୁଥିବା ବେଳେ, ଚଳିତବର୍ଷ ହଜାର ସଂଖ୍ଯକ ମାଙ୍କଡଙ୍କ ଉପଦ୍ରବ , ଏବେ ଚାଷୀଙ୍କୁ ଅତିଷ୍ଠ କରିଛି । ତେବେ ଏ ସବୁର ସମାଧାନ ଓ ନିରାକରଣ କରିବା ଏବେ ଜରୁରୀ ହେରଇପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.