ଧର୍ମଗଡ଼: ନିଆଁରେ ପୋଡ଼ି ୩ ଶିଶୁଙ୍କ ମୃତ୍ୟୁ, ଧାନ ଖଳାରେ ଖେଳୁଥିବାବେଳେ ପୋଡିଯାଇ ହୋଇଥିଲେ ଗୁରୁତର

କଳାହାଣ୍ଡି(କେନ୍ୟୁଜ୍):  ଧାନ ଖଳାରେ ନିଆଁରେ ପୋଡି ୩ ଶିଶୁ ମୃତ । କୋକସରା ଥାନା ବିଜମରା ଗାଁର ଧାନ ଖଳାରେ ଖେଳୁଥିବାବେଳେ ନିଆଁରେ ପୋଡି ଗୁରୁତର ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଶିଶୁଙ୍କ ଦେହର ୮୦ ପ୍ରତିଶତ ପୋଡିଯାଇଥିଲା । ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କର ମୃତ୍ୟୁ ହୋଇଛି। ୩ ଶିଶୁଙ୍କ ବୟସ ୪ରୁ ୫ ବର୍ଷ ପାଖାପାଖି ହେବ। ୩ଜଣ ଶିଶୁ ହେଲେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡେଜୀ ଦିଶାରୀ ଓ ଅନ୍ୟ ଜଣେ ରଚନା ରାଉତ ବୋଲି ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.