Below header

ଡ୍ୟାନ୍ସ ଷ୍ଟେପ ଶିଖାଇଦେବା ପାଇଁ କାର୍ତ୍ତିକ ଆର୍ୟାନଙ୍କୁ ଅନୁରୋଧ କଲେ ଦୀପିକା ପାଦୁକୋନ

ସୋସିଆଲ ମିଡିଆରେ ଚାଲିଥିବା ‘ଧିମେ ଧିମେ ଚ୍ୟାଲେଞ୍ଜ’ରେ ଭାଗ ନେବାପାଇଁ ଉତ୍ସୁକ ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ଗୀତର ହୁକ ଷ୍ଟେପ ଶିଖାଇଦେବା ପାଇଁ କାର୍ତ୍ତିକ ଆର୍ୟାନଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ଦୀପିକା ଏହି ଚ୍ୟାଲେଞ୍ଜରେ ଭାଗନେବା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଥିଲେ ଏବଂ କାର୍ତ୍ତିକ ଆର୍ୟାନଙ୍କୁ ଗୀତ ‘ଧିମେ ଧିମେ’ର ସିଗ୍ନେଚର ଷ୍ଟେପ ଶିଖାଇଦେବା ପାଇଁ ଅନୁରୋଧ କରିଛନ୍ତି ।


ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ “କାର୍ତ୍ତିକ ଆର୍ୟାନ କ୍ୟା ଆପ ମୁଝେ ‘ଧିମେ ଧିମେ’ ଷ୍ଟେପ ଶିଖାଏଙ୍ଗେ ? ମୁଝେ ଭି ‘ଧିମେ ଧିମେ’ ଚ୍ୟାଲେଞ୍ଜ ମେ ଭାଗ୍ ଲେନା ହେ” ।

ଏହାସହ ପଢନ୍ତୁ ପ୍ୟାରସେ କୁକୁରକୁ ଗୀତଗାଇ ଶୁଣାଉଥିଲେ ଅନୁଷ୍କା ଶର୍ମା, ହଠାତ କୁକୁରକୁ ଆସିଲା ରାଗ ଆଉ କରିଦେଲା ଏପରି ଦେଖନ୍ତୁ ଭିଡିଓ

mkt226f

ଏଥିରେ ତୁରନ୍ତ ପ୍ରତିକ୍ରିୟା ଦେଇ କାର୍ତ୍ତିକ କହିଛନ୍ତି ଯେ ସେ ନିଜର ଆଗାମୀ ଫିଲ୍ମର ଗୀତ ‘ଧିମେ ଧିମେ’ର ସିଗ୍ନେଚର ଷ୍ଟେପ ନିଶ୍ଚୟ ଶିଖାଇଦେବେ । ଉତ୍ତରରେ କାର୍ତ୍ତିକ ଲେଖିଛନ୍ତି “ଜି ଜରୁର ଆପ ଷ୍ଟେପକୋ ଜଲ୍ଦ ପକଡ ଲେଙ୍ଗେ, ଦୀପିକା ପାଦୁକୋନ ବତାଇଏ କବ ?” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.