ଟ୍ରେନ ଧକ୍କାରେ ୩ ହରିଣ ମୃତ, ଟ୍ରେନ୍‌ ଲାଇନ୍‌ ପାର୍‌ ହେବା ବେଳେ ଘଟିଲା ଅଘଟଣ

ଜଗତସିଂହପୁର(କେ ନ୍ୟୁଜ): ଧକ୍କା ଦେଲା ଲୌହ ଦାନବ । ଟ୍ରେନରେ କଟି ୩ ହରିଣ ମୃତ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ତିନିପୋଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ହରିଣମାନେ ନିକଟସ୍ଥ ଧରତଙ୍ଗ ଗଡ଼ ଜଙ୍ଗଲରୁ ବାହାରକୁ ଚରିବାକୁ ଆସିଥିଲେ ।

ତେବେ ଟ୍ରେନ୍‌ ଲାଇନ୍‌ ପାର୍‌ ହେବା ବେଳେ ଅଘଟଣ ଘଟିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.