ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ, ଶବ ଜବତ କଲା ପୋଲିସ

ଅନୁଗୋଳ(କେ ନ୍ୟୁଜ): ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଜାର ହାଟ ନିକଟରେ ଯୁବକର ଗଳା କାଟି ହତ୍ୟାକଲେ ଦୁର୍ବୃତ୍ତ । ମୃତ ଯୁବକ ହେଲେ କାଶୀନାଥ ବେହେରା ଓରଫ କାଠିଆ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

କିଏ କାହିଁକି ଏହି ଯୁବକକୁ ହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ ରହିଛି । ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି।

 

Leave A Reply

Your email address will not be published.