Below header

ଲାଲଗଡରେ ମହିଳା ଦିବସରେ ଗୋଟିଏ ଦିନ ପାଇଁ ଥାନା ଅଧିକାରୀ ସାଜିଲେ ୩ ଆଦିବାସୀ ଛାତ୍ରୀ, ଛତିଶଗଡ ପୋଲିସ ସହ କଲେ ଅପରେସନ

ମାଲକାନଗିରି(କେନ୍ୟୁଜ୍): ଗୋଟିଏ ଦିନର ପୋଲିସ ସାଜିଲେ ୩ ଆଦିବାସୀ ଛାତ୍ରୀ। ଏହା  କୌଣସି ଫିଲ୍ମୀ କାହାଣୀ ନୁହେଁ ବରଂ ମାଓ  ଇଲାକା ଏକ ଚିତ୍ର ଯାହା ଏବେ ସମସ୍ତଙ୍କୁ ଖୁସି କରୁଛି । ମାନକାନଗିରି ସୀମାନ୍ତ ଛତିଶଗଡ କୋଣ୍ଟା ଥାନାରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ଯେଉଁଠି ୩ ଜଣ ଆଦିବାସୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ପୋଲିସର କ୍ଷମତା ଦେଇଛି ଛତିଶଗଡ ପୋଲିସ । ଦିନକ ପାଇଁ ଥାନା ଅଧିକାରୀ ଓ ସବ ଇନସପେକ୍ଟରର ଡ୍ରେସ ପିନ୍ଧାଇ ଥାନାର ସମସ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ମହିଳା ଦିବସରେ ଏଭଳି ଅଭିନବ ଉପାୟରେ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଥିବାରୁ ଚାରିଆଡୁ ଛତିଶଗଡ ପୋଲିସକୁ  ପ୍ରଶଂସା ମିଳିଛି। ଦିବ୍ୟାସା ନାମକ ଛାତ୍ରୀ ଦିନକ ପାଇଁ ଥାନା ଅଧିକାରୀ ଭାର ସମ୍ଭାଳି ଥିବାବେଳେ କୋର୍ସା ସପନା ଓ ମଣ୍ଡାବୀ ଐଶ୍ଚର୍ଯ୍ୟା ସବ-ଇନସ୍ପେକ୍ଟର ଦାୟିତ୍ୱ ତୁଲାଇଥିଲେ । କେବଳ ଏତିକି ନୁହେଁ ଦିନ ତମାମ ଥାନାର ସମସ୍ତ କାମ କରିଥିଲେ ଏହି ୩ ଆଦିବାସୀ ଛାତ୍ରୀ । ପାଟ୍ରୋଲିଂ ଠାରୁ ଆରମ୍ଭ କରି ଯାନବାହାନ ଯାଞ୍ଚ ଯାଏଁ ପୋଲିସର ସବୁପ୍ରକାର କାମ କରିଥିଲେ ଏହି ଦିନିକିଆ ଅଧିକାରୀ ।

one day policeମାଓ ଇଲାକାରେ ଛାତ୍ରଛାତ୍ରୀଙ୍କୁ ନକ୍ସଲ କବଳରୁ ରକ୍ଷା କରିବାକୁ ଆଉ ଲାଲଗଡରେ ମାଓବାଦୀଙ୍କୁ ମୂଳପୋଛ କରିବାକୁ ପୋଲିସର ଏହା ଏକ  ଅଭିନବ ପଦକ୍ଷେପ। ପୋଲିସ ସାଧାରଣ ଜନତାଙ୍କର  ଆସ୍ଥା ଭାଜନ ହେବା  ପାଇଁ  ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଜନଭିମୁଖୀ କାର୍ଯ୍ୟକ୍ରମ କରି ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା ଚଳାଇଛି । ଯାହା ଫଳରେ ଅଞ୍ଚଳବାସୀ ପୋଲିସ ଫ୍ରେଣ୍ଡଲି  ହେବେ ଓ ମାଓବାଦୀଙ୍କ ମୁହଁତୋଡ ଜବାବ୍ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.