ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା, ରୀତିନୀତି ଅନୁଶାରେ ଚାଲିଛି ପୂଜାର୍ଚ୍ଚନା

ଯାଜପୁର ଟାଉନ(କେନ୍ୟୁଜ୍):  ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ ।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ କୁ ଆସିବା ପରେ ସ୍ୱତନ୍ତ୍ର ରୀତିନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ମା ବିରଜାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି ।

 ସେଠାରେ ମାଙ୍କ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ୱାବଧାନରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତ୍ୟିଷ ନୂତନ ପଞ୍ଜିକା ପାଠଥିଲେ । ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ୧୨ରାଶିର ଗ୍ରହ, ନକ୍ଷେତ୍ର ଚଳନ ଓ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

maa birajaଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯାଇଥାଏ । ଏହି ବିରଜା ପଞ୍ଜିକା ବିିରଜା ମଣ୍ଡଳି ବ୍ୟତିତ ଭଦ୍ରକ, କେନ୍ଦ୍ରପଡା, କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ । ଏହି ପାଞ୍ଜିକାରେ ମାଙ୍କ ବର୍ଷକର ରୀତିନୀତି ପୂଜାର୍ଚ୍ଚନା ର ସମୟ ନିର୍ଘଣ୍ଟ କରାଯାଇଥାଏ ।

 

ଯାଜପୁର ଟାଉନରୁ ଦେବାଶିଷ ସାହୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.