Below header

ପ୍ରେମ ପାଇଁ ବାଡାବାଡ଼ି, ଫେସବୁକ ପ୍ରେମ ପାଇଁ ରାସ୍ତା ଉପରେ ଯୁବକକୁ ନିର୍ଦ୍ଧୁମ ଛେଚିଲେ ତିନି ଯୁବତୀ

ବାଲେଶ୍ଵର (କେନ୍ୟୁଜ ବ୍ୟୁରୋ): ଜଣେ ଯୁବକକୁ ତିନି ଜଣ ଯୁବତୀ । କଥା ପଦକେ ବସୁଛି ମାଡ଼ । ବିଚ ବଜାର ଉପରେ କଥା କଥାରେ ଯୁବକକୁ ପିଟୁଛନ୍ତି ଯୁବତୀ କିନ୍ତୁ କାହିଁକି ? ଆଜ୍ଞା କାରଣ ଜାଣିଲେ ଆପଣଙ୍କ ମୁଣ୍ଡ ବି ହଡ଼ବଡେ଼ଇ ଯିବ । ପ୍ରକୃତ କଥା ହେଉଛି ଏ ସବୁ ଫେସବୁକ ପ୍ରେମର ନତୀଜା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡବଜାର ଛକରେ ଘଟିଛି ଏଭଳି ଘଟଣା । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ପ୍ରକୃତ ଘଟଣା ।

ଫେସବୁକରୁ ପ୍ରେମ, ଯେତେ କହିଲେ ବି ଏମିତି ଗୋଟେ ଯୋଡ଼େ ଘଟଣା ପ୍ରତିଦିନ ଆଖି ସାମ୍ନାକୁ ଆସୁଛି । ଏଠାରେ ମଧ୍ୟ ସମାନ ଘଟଣା । ଫେସ୍ବୁକରେ ପ୍ରେମ ହୋଇଥିଲା କିନ୍ତୁ ଧୋକା ଦେଇଛନ୍ତି ଯୁବକ ସେଥିପାଇଁ ଯୁବତୀମାନଙ୍କ ମୁଣ୍ଡକୁ ଚଢ଼ିଯାଇଛି ରାଗ ଜଣେ ଯୁବକୁ କୁ 3 ଜଣ ଯୁବତୀଙ୍କ ନିର୍ଧୁମ ଛେଚା । ବାଲେଶ୍ବର ବଡବଜାର ଛକରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଆଜି ଅପରାହ୍ନରେ । ବାଲେଶ୍ବରର 3 ଜଣ ଯୁବତୀ ଜଣେ ଯୁବକକୁ ଗୋଡାଇ ଗୋଡାଇ ବାଡିରେ ନିର୍ଧୁମ ମାଡ ମାରୁ ଥିବା ବେଳେ ସ୍ଥାନୀୟ ଲୋକେ ଯୁବତୀ ମାନଙ୍କୁ ନଅଟକାଇ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ତେବେ ମାଡ ଖାଇଥିବା ଯୁବକଙ୍କ କହିବା ଅନୁଯାୟୀ ଏହି ଯୁବତୀ ମାନେ ତାଙ୍କୁ ଫେସବୁକରେ ବନ୍ଧୁତା କରି ମେସେଞ୍ଜରରେ ଚାଟିଂ କରି ଦେଖା କରିବାକୁ ଡାକି ନିର୍ଧୁମ ମାଡ ମାରିଥିଲେ । କିନ୍ତୁ ଯୁବତୀ ମାନଙ୍କ କହିବା କଥା ସମ୍ପୂର୍ଣ ଭିନ୍ନ । ତେବେ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ହୋଇନଥିବା ଜଣାପଡିଛି ଏବଂ ଏହି ଭିଡିଓ ଏବେ ଜଳେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.