ଘଟିଲା ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ, ଜାରି ହେଲା UGC NET-2020 ର ଆଡମିଟ୍‌ କାର୍ଡ

UGC NET-2020 ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଜୁନ୍‌- ସେପ୍ଟେମ୍ବର ସ୍ତରର ପରୀକ୍ଷା ପାଇଁ ୟୁଜିସି ନେଟ୍‌ର ଆଡମିଟ୍‌ କାର୍ଡ ନିଜ ଅଫିସିଆଲ ୱେବ୍‌ସାଇଟ୍‌ରେ ଜାରି କରିଛି।

ପ୍ରାର୍ଥୀମାନେ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ନିଜ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ୟୁଜିସି ନେଟ୍‌ ପରୀକ୍ଷା ୨୪ ସେପ୍ଟେମ୍ବରରୁ ୫ ନଭେମ୍ବର ମଧ୍ୟରେ କେତେକ ସିଫ୍ଟରେ ଆୟୋଜିତ ହେବ। ଏହା ବ୍ୟତୀତ ଏନ୍‌ଟିଏ ପରୀକ୍ଷାର ବିଷୟାନୁସାରେ ସିଡ୍ୟୁଲ ଜାରି କରିବେ। ପରୀକ୍ଷାର ପ୍ରଥମ ସିଫ୍ଟ ସକାଳ ୯ରୁ ଦ୍ୱିପ୍ରହର ୧୨ଟା ଯାଏଁ ଓ ଦ୍ୱିତୀୟ ସିଫ୍ଟ ୩ରୁ ୬ଟା ଯାଏଁ ରହିବ।

କେବେ ହେବ ପରୀକ୍ଷା:

ଏବେ କେବଳ ୨୪ ଓ ୨୫ ସେପ୍ଟେମ୍ବରରେ ହେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ୍‌ କାର୍ଡ ଜାରି କରାଯାଇଛି। ବାକି ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଖୁବ୍‌ଶୀଘ୍ର ଜାରି କରାଯିବ। ନେଟ୍‌ ପରୀକ୍ଷା ସେପ୍ଟେମ୍ବର ୨୪,୨୫,୨୯ ଓ ୩୦ରେ ଏବଂ ଅକ୍ଟୋବର ୧, ୭, ୯, ୧୭, ୨୧, ୨୨, ୨୩ ଓ ୫ ନଭେମ୍ବରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.