Below header

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥୂଆମୂଳ ରାମପୁର ଥାନା ଏଏସ୍‌ଆଇ

ଭୁବନେଶ୍ୱର(କେନ୍ୟୁଜ୍‌) : ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଜଣେ ପୋଲିସ ଏଏସ୍‌ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହି ପୋଲିସ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଳା ଥୁଆମୂଳ ରାମ୍‌ପୁର ଥାନାର ଏଏସ୍‌ଆଇ ସୁମେଶ୍ୱର ବାଗ୍‌ ।

ସେ ଏକ ଟଙ୍କା ଦେଣ ନେଣ ମାମଲାର ସମାଧାନ ପାଇଁ ଏହି ଅର୍ଥ ଦାବି କରିଥିଲେ । ଅଭିଯୋଗକାରୀ ପବିତ୍ର ନାୟକ ରାୟଗଡା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ମାଲିଗାଁ ର ଅଧିବାସୀ । ପରିବାର ମଧ୍ୟରେ ଟଙ୍କା ଦେଣ ନେଣ ଗଣ୍ଡଗୋଳ ନେଇ ସେ ଥାନା ଆସିଥିଲେ ।

ଅଭଯୋଗକାରୀଙ୍କ ଦୁଇ ଜଣ ମା’ଙ୍କ ନାମରେ ନେସ୍‌ନାଲ୍‌ ଫ୍ୟାମିଲ୍‌ ବେନିଫିଟ୍‌ ସ୍କିମ୍‌ରେ ଆସିଥିବା ୪ ଲକ୍ଷ ଟଙ୍କା ପାଇବା ପାଇଁ ଥାନାର ସହାୟତା ନେଇଥିଲେ । ଥାନା ଏଏସଆଇ ମାମଲାର ସମାଧାନ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଅଭିଯୋଗକାରୀ ଏହି କାର୍ଯ୍ୟ ପାଇଁ ଥାନାରେ ନିଜର ବାଇକ୍‌ ବନ୍ଧକ ମଧ୍ୟ ରଖିଥିଲେ । ନିଜର ବାଇକ୍‌ ମୁକୁଳାଇବା ପାଇଁ ଅଭିଯୋଗକାରୀ ଆଜି ୫୦ ହଜାର ଟଙ୍କା ନେଇ ଆସିଥିବା ବେଳେ ହୋମ୍‌ଗାର୍ଡ ରଘୁମଣୀ ନାୟକ ଜରିଆରେ ଏଏସ୍‌ଆଇଙ୍କୁ ଦେଇଥିଲେ ।

ଏହି ସମୟରେ ପୂର୍ବ ପ୍ରସ୍ତୁତି ଅନୁସାରେ ଥିବା କୋରାପୁଟ ଡିଭିଜନ ଭିଜିଲାନ୍ସ ଟିମ୍‌ ଘଟଣାସ୍ଥଳରେ ଏଏସ୍‌ଆଇଙ୍କୁ ଧରିବା ସହ ତାଙ୍କ ଠାରୁ ୫୦ ହଜାର ଟଙ୍କା ଜବତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.