ଓଡ଼ିଶା ଆସିଲା ମହାବଳ ବାଘ !

ଭୁବନେଶ୍ବର : ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଗତକାଲି ରାତିରେ ଏହି ମହାବାଳ ବାଘକୁ ଓଡ଼ିଶା ଅଣାଯାଇଛି । ବହୁ ଦିନର ଅପରେସନ୍ ପରେ ବାଘଟିକୁ ମଙ୍ଗଳବାର ଟ୍ରାଙ୍କୁଲାଇଜ୍ କରି ଧରାଯାଇଥିଲା । ବାଘକୁ ଆଣିବା ପାଇଁ ବନ ଅଧିକାରୀ ଓ ପ୍ରାଣୀ ଚିକିତ୍ସକଙ୍କୁ ଏକ ଟିମ୍ ଗଠନ କରାଯାଇଥିଲା । ବର୍ତ୍ତମାନ ବାଘର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାହାକୁ ଓଡ଼ିଶା ଅଣାଯାଇଛି । ଏଠାରେ ତାପମାତ୍ରା ଅଧିକ ଥିବାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଲଗାଯାଇ ପାଣି ସିଞ୍ଜନ କରି ତାହାକୁ ଅଣାଯାଇଥିବା ଜଣାପଡ଼ିଛି । ବାଘଟିକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.