Below header

ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ,ପୁଣି ବାଛୁରୀକୁ ମାରିଲା ବାଘ

ପୁଣି ବାଛୁରୀକୁ ମାରିଲା ବାଘ। ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ। ଧରମବନ୍ଧା ଥାନା କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ବାଘ ମାରି ଖାଇଛି। ଟାନଓ୍ଵାଟ-କେରମେଲୀ ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଦେଖିଥିଲେ ଲୋକ । ଗତ କିଛି ଦିନ ହେବ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଭୟ ବଢୁଛି । ସଞ୍ଜ ନଇଁବା ସହ ବଢୁଛି ବାଘ ଭୟ ।

ନୂଆପଡ଼ା(କେନ୍ୟୁଜ୍): ପୁଣି ବାଛୁରୀକୁ ମାରିଲା ବାଘ। ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ। ଧରମବନ୍ଧା ଥାନା କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ବାଘ ମାରି ଖାଇଛି। ଟାନଓ୍ଵାଟ-କେରମେଲୀ ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଦେଖିଥିଲେ ଲୋକ । ଗତ କିଛି ଦିନ ହେବ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଭୟ ବଢୁଛି । ସଞ୍ଜ ନଇଁବା ସହ ବଢୁଛି ବାଘ ଭୟ ।

ରାତି ହେବା କ୍ଷଣି ଘରେ ଘରେ କବାଟ ପଡିଯାଉଛି । ଦିନରାତି ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ନୂଆପଡା ବନବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଲୋକଙ୍କ ସମେତ ବାଘଙ୍କ ସୁରକ୍ଷା ନେଇ ବନ ବିଭାଗ ଟିମ୍‌ ତତ୍ପର ରହିଛି ।

ବାଘକୁ ଟ୍ରାକ୍‌ କରିବା ପାଇଁ ଲାଗିଛି ୧୩ଟି କ୍ୟାମେରା । ବାଘର ଗତିବିଧି ଉପରେ ପୂରା ନଜର ରହିଛି । ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରି ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ପୂର୍ବରୁ ଅଭୟାରଣ୍ୟ ଅଞ୍ଚଳରେ ବାଘ ୨ଟି ଗାଈ ଓ ୨ଟି ବାଛୁରୀକୁ ମାରିଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.