ଗର୍ଭଧାରଣ ସମୟରେ ବାରମ୍ବାର କାଶ ଆସୁଛି କି? ଏହି ପ୍ରାକୃତିକ ଉପାୟ ଦେବ ଆରମ

ଅଧିକ କାଶିବା ଦ୍ୱାରା ମଧ୍ୟ ପେଟରେ ଥିବା ଛୁଆ ଉପରେ ପ୍ରଭାବ ପଡିଥାଏ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ବଜାରରେ ବହୁତ ପ୍ରକାରର ଔଷଧ ମିଳୁଛି ହେଲେ ଏହାକୁ ଖାଇବା ପୂର୍ବରୁ ମନରେ ବହୁ ପ୍ରକାରର ପ୍ରଶ୍ନ ଆସେ ଯେ, ଏହା ପିଲା ଉପରେ ଠିକ୍ ପ୍ରଭାବ ପକାଇବ ନା ନାହିଁ ।

ଗର୍ଭବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ବହୁତ ଖାସ୍‌ ସମୟ ଅଟେ । ଏହି ସମୟରେ ଥଣ୍ଡା କିମ୍ବା କାଶ ହେଲେ ନା ସେମାନେ ଶୋଇପାରନ୍ତି ନା ସେମାନେ ବସିପାରନ୍ତି । ତାଙ୍କୁ ସେହି ସମୟରେ ଅନେକ କଷ୍ଟ ହୋଇଥାଏ । ଅଧିକ କାଶିବା ଦ୍ୱାରା ମଧ୍ୟ ପେଟରେ ଥିବା ଛୁଆ ଉପରେ ପ୍ରଭାବ ପଡିଥାଏ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ବଜାରରେ ବହୁତ ପ୍ରକାରର ଔଷଧ ମିଳୁଛି ହେଲେ ଏହାକୁ ଖାଇବା ପୂର୍ବରୁ ମନରେ ବହୁ ପ୍ରକାରର ପ୍ରଶ୍ନ ଆସେ ଯେ, ଏହା ପିଲା ଉପରେ ଠିକ୍ ପ୍ରଭାବ ପକାଇବ ନା ନାହିଁ । ତେଣୁ ଏହି ଗର୍ଭବତୀ ମହିଳାଙ୍କ କାଶ ଏବଂ ଥଣ୍ଡା ପାଇଁ ବହୁ ପ୍ରକାରର ଘରୋଇ ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା ।

  1. ଗଳାରେ କଫ ଜମିଗଲେ ଷ୍ଟିମ ନେବା ଦ୍ୱାରା ଅନେକ ଆରାମ ମିଳିଥାଏ । ଏହା କରିବା ଦ୍ୱାରା କଫ ତରଳିଯାଏ ଏବଂ ତଳକୁ ଚାଲିଯାଏ କିମ୍ବା ଏହା କାଶ ମାଧ୍ୟମରେ ବାହାରିଯାଏ । ବାଷ୍ପ ନେବାବେଳେ ଏଥିରେ ଇଉକ୍ଲିପଟସ୍ ତେଲ ମିଶାଇଲେ ଅଧିକ ଆରାମ ମିଳିଥାଏ ।
  2. ଲୁଣ ପାଣିରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି, ଯାହା ପ୍ରଦାହକୁ ହ୍ରାସ କରିଥାଏ ଏବଂ ଗଳା ଯନ୍ତ୍ରଣାକୁ ଶାନ୍ତ କରିଥାଏ। ଉଷୁମ ପାଣିରେ ଗାର୍ଗଲ୍ କରିବା ଦ୍ୱାରା ଗଳାରୁ ଶ୍ୱାସ କଟେ ଏବଂ କାଶ କମିଯାଏ।
  3. ଅଦାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା କାଶକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ମହୁ ସହିତ ଅଦା ଚା ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶରେ ଆରାମ ମିଳିଥାଏ।
  4. ଚିକେନ୍ ସୁପ୍ ରେ ମଧ୍ୟ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଥାଏ, ଯାହା ଗଳାରେ ଫୁଲା କମାଇଥାଏ, ଯାହାଦ୍ୱାରା କାଶ କମିଯାଏ ।
  5. ମହୁରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯେଉଁ କାରଣରୁ କାଶ ପ୍ରାକୃତିକ ଭାବରେ କମିଯାଏ । ଏକ ଚାମଚ ମହୁକୁ ଉଷୁମ ପାଣି କିମ୍ବା ଚା’ରେ ମିଶାଇ ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶ କମିଯାଏ ।
  6. ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଭିଟାମିନ୍-ସି ଉପଯୋଗୀ । ଏହା କାଶ ସୃଷ୍ଟି କରୁଥିବା ସଂକ୍ରମଣ ବିରୁଦ୍ଧରେ ଲଢ଼ିଥାଏ । ଭିଟାମିନ୍-ସିରେ ଭରପୂର ଖାଦ୍ୟ ଖାଇବା କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରି ଗର୍ଭାବସ୍ଥାରେ ହେଉଥିବା କାଶକୁ ଏଡାଯାଇପାରିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.