Below header

ମୋହନା ଗାଣ୍ଡାପଦର ଗ୍ରାମରେ ବାଘ ଆତଙ୍କ, ବାଘ ପାଦଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ

ଗଜପତି: ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅଧିନସ୍ଥ ଗାଣ୍ଡାପଦର ଗ୍ରାମ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ଦୁଇଦିନ ତଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏକ ବଳଦ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରୁ ଉକ୍ତ ବଳଦର ପଞ୍ଜରା ହାଡ଼ ଗ୍ରାମବାସୀ ପାଇଥିଲେ । ଏନେଇ ମୋହନା ବନବିଭାଗକୁ ଖବର ଦେବାପରେ ଗାଣ୍ଡାପଦର ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିଛିସ୍ଥାନରେ ବାଘର ପଦଚିହ୍ନ ପଡିଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ତେବେ ବାଘଟି କେଉଁ ପ୍ରଜାତିର ଜଣାପଡ଼ିନଥିବା ବେଳେ ଗ୍ରାମବାସୀ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦିନ ଦ୍ଵିପ୍ରହରେ ଘରେ ତାଟି କବାଟ ପଡିଥିବା ଦେଖିବାକୁ ମିଳିଛି । ଘଟଣାର ତଦନ୍ତ କରି ଅତିଶୀଘ୍ର ଗ୍ରାମବାସୀ ବଘାଟିକୁ ଜଙ୍ଗଲରୁ ଘଉଡାଇବା ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ମୋହନା ବନାଞ୍ଚଳ ଅଧିକାରୀ କଳ୍ପନା ନାୟକ ଏକ ଟିମ ଗଠନ କରି ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଘର ସନ୍ଧାନରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.