ସୁନ୍ଦରୀର ଆତଙ୍କ ଜାରି, ମଣିଷ ପରେ ଏବେ ପଶୁ ଶିକାର

ଅନୁଗୁଳ(କେନ୍ଯୁଜ୍): ସାତକୋଶିଆରେ ପୁଣି ସୁନ୍ଦରୀ ଆତଙ୍କ। ଗତକାଲି ଗାଁରେ ପଶି ଗାଇଗୋରୁଙ୍କୁ ମାରିଛି ବଘୁଣୀ। ଧଣ୍ଡାତୋପା ରେଞ୍ଜ ବିପ୍ରଡିହ ଗାଁରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଦିନ ତଳେ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ୪୦ ଜଣିଆ ଟିମ୍‌ ଓ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ସୁନ୍ଦରୀକୁ ଜଗିଛନ୍ତି । ସୁନ୍ଦରୀର ଗତିବଧି ଉପରେ ନଜର ରଖାଯିବା ସହ ପୋଲିସ  ବନବିଭାଗ କର୍ମଚାରୀ ବାଘକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।

tiger 2ସେହିପରି ସୁନ୍ଦରୀକୁ ବାନ୍ଧଗଡ଼ ଫେରାଇ ନେବାକୁ କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ପିସିସିଏଫ ଓ୍ଵାଇଲ୍‌ଡ ଲାଇଫ୍‌ ସଂଦୀପ ତ୍ରିପାଠୀ । ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ କାହ୍ନାରୁ ଅଣାଯାଇଥିଲା ମହାବଳ ବାଘ ମହାବୀର । ଆଉ ଏହାପରେ ବାନ୍ଧବଗଡ଼ରୁ ଆସିଥିଲା ବାଘୁଣୀ ସୁନ୍ଦରୀ । କିନ୍ତୁ ଏବେ ବାଘବାଘୁଣୀ ଓ ଜଙ୍ଗଲ ନିକଟ ଜନବସତିର ଲୋକଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.