ସେନା ଗୁଳିରେ ଟଳିପଡିଲେ ୩ ଜଣ ଆତଙ୍କବାଦୀ

ଶ୍ରୀନଗର(କେନ୍ଯୁଜ୍) : ଜାମ୍ମୁ-କାଶ୍ମୀର କୁଲଗାମ୍‌ ଚୌଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ସେନା ଗୁଳିରେ ସକାଳେ ଟଳିପଡିଥିଲେ ୩ ଜଣ ଆତଙ୍କବାଦୀ। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସମୟରେ ଆଉ ଦୁଇ ଜଣ ଆତଙ୍କବାଦୀ ନୀହତ ହୋଇଛନ୍ତି । ଗୁଳି ବିନିମୟ ଯୋଗୁଁ ବାରମୂଲା ଓ ଚୌଗ୍ଵାମ ମଧ୍ୟରେ ଟ୍ରେନ୍‌ ଚଳାଚଳ ବାତିଲ୍‌ କରିଦିଆଯାଇଛି। ଗତକାଲି ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ୮ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ଜୌସ-ଏ -ମହମ୍ମଦର ୩ଜଣ ଆତଙ୍କବାଦୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.