Below header

ଆପଣଙ୍କ ବ୍ଲଡ୍ ଗ୍ରୁପ କଣ ଜାଣି ନାହାନ୍ତି ? ଏବେ ଘରେ ବସି ସହଜରେ ଜାଣି ପାରିବେ, ପଢ଼ନ୍ତୁ ଏହି ରିପୋର୍ଟ

ସବୁ ମଣିଷଙ୍କର ବ୍ଲଡର ଏକ ବିଶେଷ ଗ୍ରୁପ୍ ଅଛି । ବ୍ୟକ୍ତି ନିଜର ରକ୍ତ ନମୁନାକୁ ଜାଣିବା ପାଇଁ ହସ୍ପିଟାଲ କିମ୍ବା ବ୍ଲଡ କ୍ୟାମ୍ପ ଯାଇଥାନ୍ତି ଏବଂ ରିପୋର୍ଟ ଆସିବାକୁ ଅପେକ୍ଷା କରିଥାଏ। କିନ୍ତୁ ଥରେ ଭାବନ୍ତୁ ବିନା କିଛି ଇନଜେକସନ ନନେଇ ଆପଣଙ୍କ ରକ୍ତ ନମୁନା ଜଣା ପଡିଯିବ ତେବେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେବ, ତେବେ ଆମେ ଜଣାଇବାକୁ ଯାଉଛୁଯେ ଏକ ନଡିଆ ଦ୍ବାରା ଏହା କରିବା ସମ୍ଭବ। ଶୁଣିବାକୁ ନିଶ୍ଚିନ୍ତ ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ଦ୍ବାରା ହୋଇପାରିବ। ଆସନ୍ତୁ ଜାଣିବା କିପରି ଭାବେ ଏହା ସମ୍ଭବ।

coconutଚିକିତ୍ସା ବୈଜ୍ଞାନିକଙ୍କ ଅନୁସାରେ ୮ଟି ବ୍ଲଡ୍ ଗ୍ରୁପ ରହିଛି ଏ ପଜିଟିଭ, ଏ ନେଗେଟିଭ, ଏବି ପଜିଟିଭ, ଏବି ନେଗେଟିଭ, ବି ପଜିଟିଭ, ବି ନେଗେଟିଭ, ଓ ପଜିଟିଭ ଏବଂ ଓ ନେଗେଟିଭ। ଏକ ରିପୋର୍ଟ ଅନୁଯାୟୀ ଏହି ବ୍ଲଡ୍ ଗ୍ରୁପ ମଧ୍ୟରୁ ୫ଟି ବ୍ଲଡ୍ ଗ୍ରୁପ ଏ ପଜିଟିଭ, ଏବି ପଜିଟିଭ, ବି ପଜିଟିଭ, ଓ ପଜିଟିଭ ଏବଂ ଓ ନେଗେଟିଭକୁ ନଡିଆ ଦ୍ବାରା ପରୀକ୍ଷା କରାଯାଇ ହେବ। ବାକି ୩ଟି ବ୍ଲଡ୍ ଗ୍ରୁପକୁ ନେଇ ଏବେ ମଧ୍ୟ ଯାଞ୍ଚ ଚାଲିଛି କାରଣ ଏହି ତିନୋଟି ବ୍ଲଡ୍ ଗ୍ରୁପର ଲୋକଙ୍କ ସଂଖ୍ୟା ବହୁତ କମ୍।

ଏହା ସହ ପଢ଼ନ୍ତୁ : ବାସି ରୁଟି ଫୋପାଡ଼ି ଦେଉଛନ୍ତି କି ?ଜାଣିରଖନ୍ତୁ ଏଥିରେ ରହିଛି ଅନେକ ପୋଷକ ତତ୍ତ୍ବ ଯାହା ଦୂର କରିବ ବିଭିନ୍ନ ରୋଗ

ନଡିଆ ଦ୍ବାରା ବ୍ଲଡ୍ ଗ୍ରୁପକୁ ଜାଣିବା ପାଇଁ ବ୍ୟକ୍ତିର ମୁଣ୍ଡର ଅଳ୍ପ ଉଚ୍ଚତାରେ ନଡିଆକୁ ନେଇ ହାତରେ ଧରନ୍ତୁ। ଏବେ ଆପଣ ଦେଖିବେ ନଡିଆଟି ଏକ ଅଲଗା ଦିଗ ଆଡକୁ ମୁହଁ କରିବ।

ଏ ପଜିଟିଭ ବ୍ଲଡ୍ ଗ୍ରୁପ ହେଲେ ନଡିଆଟି ୪୫ ଡିଗ୍ରୀର ପଜିସନରେ ରହିଥାଏ।

ଏବି ପଜିଟିଭ ୪୫ ଡିଗ୍ରୀରୁ ୫୫ ଡିଗ୍ରୀ ଆଡକୁ ଯାଇଥାଏ।

ଏହା ସହିତ ବି ପଜିଟିଭ ବ୍ଲଡ୍ ଗ୍ରୁପରେ ୬୦ ଡିଗ୍ରୀ ଏବଂ ଓ ପଜିଟିଭ ବ୍ଲଡ୍ ଗ୍ରୁପରେ ୯୦ ଡିଗ୍ରୀ ଆଡକୁ ମୁହଁ କରିବ।

ଓ ନେଗେଟିଭରେ ୧୮୦ ଡିଗ୍ରୀର ପଜିସନ ଆପେ ଆପେ ହୋଇଯିବ।

coconutଦୁଷ୍ଟ ହେଉଥିବା ପିଲାଙ୍କୁ ଶାନ୍ତ କରିବା ପାଇଁ ମଜାକରେ କରାଯାଇଥିବା ଏହି ପରୀକ୍ଷଣ ଦ୍ବାରା ଏହା ଜଣା ପଡିଲାଯେ କିଛି ପିଲାଙ୍କ ମୁଣ୍ଡର ଅଳ୍ପ ଉଚ୍ଚରେ ହାତରେ ରଖା ଯାଇଥିବା ନଡିଆ ୯୦ ଡିଗ୍ରୀରେ ଛିଡା ହୋଇଗଲା। ଏହା ପରେ ଲ୍ୟାବରେ ବ୍ଲଡ୍ ଗ୍ରୁପକୁ ପରୀକ୍ଷା କରିବା ପରେ ଓ ପଜିଟିଭ ଜଣା ପଡିଲା। ତେବେ ଆପଣ ହସ୍ପିଟାଲ କିମ୍ବା ଲ୍ୟାବ୍ ନଯାଇ ଏହି ଉପାୟ ଦ୍ବାରା ସହଜରେ ରକ୍ତ ନମୁନା ଯାଞ୍ଚ କରିପାରିବେ। ତେବେ ଏହି କଥା କେତେ ସତ ଆଉ କେତେ ମିଛ ଆପଣ ଏହାକୁ ପ୍ରୟୋଗ କରିବା ପରେ ହିଁ ଜାଣି ପାରିବେ, ଯଦି ଏହିଭଳି ଉପାୟ ଦ୍ବାରା ରକ୍ତ ନମୁନା ପରୀକ୍ଷା କରାଯାଇ ପାରୁଛି ତେବେ ଏହା ଲୋକମାନଙ୍କ ପାଇଁ ବାରଦାନ ବୋଲି ଧରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.