ଖୋଲୁଛି ଗୁମର: ମମିତାଙ୍କ ମୃତଦେହକୁ ପୋଡ଼ିବା ପାଇଁ ବ୍ୟବହାର ହୋଇଥିଲା ଟାୟାର

ବ୍ରହ୍ମପୁର(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଟାୟାର ବ୍ୟବହାର ହୋଇଥିଲା। ସେହି ଟାୟାର ମହାଲିଙ୍ଗର ଟାୟାର ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଅଣାଯାଇଥିବା ଜଣାପଡିଛି। ଗତ ୮ ତାରିଖରେ ବିବେକଙ୍କୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଫୋନ କରି ଟାୟାର ମାଗିଥିଲା । ସେଦିନ ଅପରାହ୍ନରେ ଗୋବିନ୍ଦର ଡ୍ରାଇଭର ରଧେଶ୍ୟାମ ଚଣ୍ଡୀ ତାଙ୍କଠାରୁ ଦୁଇଟି ଟାୟାର ଆଣିଥିବା ୧୬୧ ଷ୍ଟେଟମେଣ୍ଟରେ ବିବେକ ପୋଲିସକୁ କହିଛି ।

ମମିତା ମର୍ଡର ମିଷ୍ଟ୍ରିର ତଦନ୍ତ ପ୍ରାୟ ସାରିଛି ପୋଲିସ । ମମିତାକୁ ଯୋଜନାବଦ୍ଧ ହତ୍ୟା ଓ ପ୍ରମାଣ ନଷ୍ଟ କରିବାକୁ ସାଙ୍ଘାତିକ ଷଡଯନ୍ତ୍ର ରଚିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ କଣ୍ଟାବାଞ୍ଜି ସବ୍‌ ଜେଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ ଅଛନ୍ତି । ଜେଲରେ ଦୁଇ ଜଣଙ୍କୁ ପୃଥକ ପୃଥକ କୋଠରୀରେ ରଖାଯାଇଛି । ଅନ୍ୟ ଅଭିଯୁକ୍ତ ରଧେଶ୍ୟାମ ଚଣ୍ଡୀକୁ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣିବ ବଲାଙ୍ଗୀର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.