ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଆରମ୍ଭ !

ଭୁବନେଶ୍ବର : କେନ୍ଦ୍ରାପଡ଼ା ଓ ପାରାଦୀପରେ ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଇଓସିଏଲ୍ର ମୁଖ୍ୟ ମହାପ୍ରବନ୍ଧକ ପ୍ରୀତିଶ ଭାରତ ଏହି ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପ ଆବଣ୍ଟନ ୧୦ରୁ ୧୨ଟି ପ୍ରକ୍ରିୟାରେ ହୋଇଥାଏ । ତେବେ ଏଥିରେ କିଛି ଅନିୟମିତତା ହୋଇଥିବା ଜଣା ପଡ଼ିଛି । ପେଟ୍ରୋଲିୟମ୍ ମନ୍ତ୍ରାଳୟର ସୁପାରିସ ଆଧାରରେ ଆଇଓସିଏଲ୍ ସିବିଆଇ ତଦନ୍ତ କରିବାକୁ ଲେଖିଥିଲା । କେନ୍ଦ୍ରାପଡା ସୟେଦ ବ୍ରଦର୍ସ ପେଟ୍ରୋଲ ପମ୍ପ ଓ ପାରାଦୀପ କୋକୋ ପେଟ୍ରୋଲ ପମ୍ପ ଆବଣ୍ଟନର ତଦନ୍ତ କରିବ ସିବିଆଇ । ଅପରାଧୀ ଶ୍ରେଣୀର ଲୋକଙ୍କୁ କିଭଳି ପମ୍ପ ମିଳିଲା, ସେ ନେଇ ତଦନ୍ତ କରାଯିବ । ସେହିପରି ଗାଇଡଲାଇନ ଉଲ୍ଲଂଘନ କରି କିଭଳି ପେଟ୍ରୋଲ ପମ୍ପ ଦିଆଗଲା ତାହା ଉପରେ ମଧ୍ୟ ସିବିଆଇ ତଦନ୍ତ କରିବ ।