Below header

ସାଧୁଙ୍କ ବିରୋଧ ଯୋଗୁଁ ପୁରୀରେ ସ୍ଥଗତି ରହିଲା ବଡଛତା ମଠ ଉଛେଦ ପ୍ରକ୍ରିୟା, ଏହି ପ୍ରସଙ୍ଗରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରୁଛନ୍ତି ୧୫ଜଣିଆ କମିଟି

ପୁରୀ(କେନ୍ୟୁଜ୍): ସାଧୁଙ୍କ ବିରୋଧ ଯୋଗୁଁ ପୁରୀରେ ସ୍ଥଗତି ରହିଲା ବଡଆଖଡା ମଠ ଉଛେଦ ପ୍ରକ୍ରିୟା। ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରୁଛନ୍ତି ୧୫ଜଣିଆ କମିଟି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଏହି ଟିମ୍‌ ଗଠନ କରାଯାଇଛି। ମଠ ଉଚ୍ଛେଦ ପୂର୍ବରୁ ମଠାଧିଶଙ୍କ ସହ ଆଲୋଚନା କରାଯାଇ ମତାମତ ନିଆଯିବ । ପ୍ରତ୍ୟେକ ମଠ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯାଇ କ୍ଷତିପୂରଣ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ । ମଠାଧିଶଙ୍କ ଆସ୍ଥାନ, ବିଜେସ୍ଥଳୀ ଓ ମଠରେ ଥିବା ମନ୍ଦିରକୁ ସୁରକ୍ଷା ଦିଆଯାଇ ଉଚ୍ଛେଦ କାର୍ଯ୍ୟ ହେବ । ଏମାର ମଠର ମହନ୍ତଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ହେଲେ ବିଜେସ୍ଥଳୀ ନିକଟରେ ତାଙ୍କର ରହିବାର ବନ୍ଦୋବସ୍ତ କରାଯାଇ ପାରେ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସ୍ୱତନ୍ତ୍ର କ୍ଷତିପୂରଣ ରାଶି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.