ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର: ବନ୍ୟାଜଳ ଯୋଗୁଁ ବୁଡିଲା ରକ୍ସା ଛକରେ ଥିବା ମଠ, ୩ସାଧୁଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

ସୁବର୍ଣ୍ଣପୁର(କେନ୍ୟୁଜ୍) : ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲା । ବିଭିନ୍ନ ନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ରକ୍ସା ଯୋରରେ ମଧ୍ୟ ବନ୍ୟାଜଳ ଯୋଗୁଁ ରକ୍ସା ଛକରେ ଥିବା ମଠ ସଂପୂର୍ଣ୍ଣ ବୁଡିଯାଇଛି । ଦମକଳ ବାହିନୀ ପହଞ୍ଚି ୩ ଜଣ ସାଧୁଙ୍କୁ ଉଦ୍ଧାର କରିଛି । ସୋନପୁର ବ୍ଳକ ପାଇକବହାଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏବେ ୩ ଫୁଟ ଉଚ୍ଚରେ ଗାଁ ଭିତର ଦେଇ ବନ୍ୟାଜଳ ପ୍ରଭାବିତ ହେଉଛି । ସେହିପରି ହରିହରଯୋରର ବନ୍ୟାପାଣି ଯୋଗୁଁ ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଳକର ପୁଳେଶ୍ୱା ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁକୁ ବନ୍ୟାପାଣି ଘେରିରହିଥିବା ବେଳେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.