Below header

ଜମୁଛି ଧନୁଯାତ୍ରା, ବରଗଡ଼ରେ କଂସର ରାଜୁତି

ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ଉଦଘାଟିତ ହୋଇଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ପ୍ରଥମ ଦିନରେ ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ରାଜ ସିଂହାସନ ଅକ୍ତିଆର କରିଛନ୍ତି ।

ବରଗଡ଼ (କେନ୍ୟୁଜ୍‌) : ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ଉଦଘାଟିତ ହୋଇଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଆଜି ବରଗଡ଼ ଧନୁଯାତ୍ରାର ୨ୟ ଦିନ । ଗତକାଲି ପ୍ରଥମ ଦିନରେ ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ରାଜ ସିଂହାସନ ଅକ୍ତିଆର କରିଛନ୍ତି । କଂସଙ୍କ ନିର୍ଦ୍ଦେଶରେ ଉଗ୍ରସେନଙ୍କ ସମସ୍ତ ରାଜକ୍ଷମତା ଉଚ୍ଛେଦ ହେବା ସହ ତାଙ୍କ ମନ୍ତ୍ରୀ, ପାତ୍ର, ଅମାତ୍ୟଙ୍କୁ ରାଜସେବକରୁ ନିବୃତ୍ତ କରାଯାଇଛି । ଦେବକୀ – ବସୁଦେବଙ୍କୁ ବନ୍ଦୀ କରି କାରାଗାରରେ ରଖାଯାଇଛି । ଆଜି ଦ୍ବିତୀୟ ଦିନରେ ମଥୁରା ବାସୀଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡିଆଠାରେ ରଙ୍ଗମହଲ ଉଦଘାଟିତ ହେବ।

ରାତିରେ ଶ୍ରୀକୃଷ୍ଣ ଜନ୍ମ , ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ, ଦୁର୍ମିଳା ରାକ୍ଷସ ସହ କଂସଙ୍କର ଯୁଦ୍ଧ, ଦୁର୍ମିଳା ରାକ୍ଷସ ନିହତ, ଚାଣ୍ତୁର-ମୁଷ୍ଟିକଙ୍କୁ ଆବାହାନ ଦୃଶ୍ୟ ଅଭିନୀତ ହେବ। ଅନ୍ୟପଟେ ଗୋପପୁର ସାଜିଥିବା ଅମ୍ବାପାଲି ଠାରେ ବସୁଦେବ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ବସୁଦେବ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ । ହାତୀ ପିଠିରେ ବସି ନଗର ପରିକ୍ରମା କରିବେ ମହାରାଜ କଂସ। ହାଟପଦାରେ ନିର୍ମିତ ହୋଇଛି ବିଶାଳ ରାଜ ଦରବାର। ରଂଗମହଲ ପାଇଛି ନୂଆ ରୂପ। ଏଥର ବରଗଡ଼ରେ ୭ କିଲୋମିଟର ପରିଧି ଭିତରେ ୧୪ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଛି। ୧୧ ଦିନ ଧରି ଚାଲିବ ଧନୁଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.