ପୁଣି ନବଜାତ ଶିଶୁକନ୍ୟା ଉଦ୍ଧାର, ପେଟ୍ରୋଲ ପମ୍ପରୁ ଉଦ୍ଧାର କଲେ ସମାଜସେବୀ

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ବଜାର ନିକଟସ୍ଥ ମୁଖ୍ୟ ରାସ୍ତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି ।

ଭଦ୍ରକ (କେନ୍ୟୁଜ୍‌) : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ବଜାର ନିକଟସ୍ଥ ମୁଖ୍ୟ ରାସ୍ତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ଶୀତୁଆ ରାତିରେ ରାସ୍ତା କଢରେ ଶିଶୁଟିର କାନ୍ଦ ଶୁଣି ଜଣେ ସମାଜସେବୀ ସେଠାରେ ପହଞ୍ଚିଥିଲେ । ସମାଜସେବୀ ସୁମନ୍ତ ମହାନ୍ତି ଶିଶୁ କନ୍ୟାକୁ ଉଦ୍ଧାର କରି ଧାମରା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.