ସୁନ୍ଦରଗଡ଼ ପୋଲିସର ସଫଳତା : କାବୁ ହେଲେ ୪ ଲୁଟେରା

ବେକରୁ ସୁନା ଚେନ୍ ଛିନ୍ତାଇ କରୁଥିବା ଏବଂ ବଜାରରୁ କିମ୍ବା ଭିଡ଼ ସ୍ଥାନରୁ ମୋବାଇଲ ଚୋରାଉଥିବା ୪ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ୍ । ସେମାନଙ୍କ ଠାରୁ ୨ଟି ମୋଟର ସାଇକେଲ, ୨୦ଟି ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟ ଫୋନ ସହିତ ନଗଦ ୪୩ ହଜାର ୫୦୦ଟଙ୍କା ନଗଦ ଜବତ କରିଛି ପୋଲିସ୍ ।

ସୁନ୍ଦରଗଡ଼(କେନ୍ୟୁଜ୍‌) : ବେକରୁ ସୁନା ଚେନ୍ ଛିନ୍ତାଇ କରୁଥିବା ଏବଂ ବଜାରରୁ କିମ୍ବା ଭିଡ଼ ସ୍ଥାନରୁ ମୋବାଇଲ ଚୋରାଉଥିବା ୪ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ୍ । ସେମାନଙ୍କ ଠାରୁ ୨ଟି ମୋଟର ସାଇକେଲ, ୨୦ଟି ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟ ଫୋନ ସହିତ ନଗଦ ୪୩ ହଜାର ୫୦୦ଟଙ୍କା ନଗଦ ଜବତ କରିଛି ପୋଲିସ୍ ।

ସୂଚନା ମୁତାବକ, ଗତ ୧୧ ତାରିଖ ଏଡିବି କଲୋନୀର ତନୁଜା କାଲୋ ନିଜ ପୁଅ ସହିତ ସ୍କୁଟର ଯୋଗେ ଘରକୁ ଫେରୁଥିବା ବେଳେ ଡିଆରଡିଏ ଛକ ନିକଟରେ ଏକ ବାଇକରେ ଦୁଇ ଲୁଟେରା ଆସି ପଛ ପଟୁ ତନୁଜାଙ୍କ ବେକରୁ ସୁନା ଚେନ ଛିନ୍ତାଇ କରି ଫେରାର ମାରିଥିଲେ । ସେହିପରି ଆଉ ଏକ ମାମଲାରେ ଗତ ରବିବାର ଦିନ କେନ୍ଦୂପଡ଼ା ଅଞ୍ଚଳର ଲିପିକା ମହାନନ୍ଦିଆ ବଜାର କରି ଫେରୁଥିବା ବେଳେ ଏକ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ ଏବଂ ଭ୍ୟାନିଟି ବ୍ୟାଗ୍ ଲୁଟି ନେଇଥିଲେ ।

mobile

ଏହି ସବୁ ମାମଲାର ତଦନ୍ତ କରି ଟାଉନ ଥାନା ପୋଲିସ ଚେନ୍ ଛିନ୍ତାଇ ମାମଲାରେ ବିହାରର ଦାନାପୁର ଥାନା ଅଞ୍ଚଳ ମାଏନପୁରା ର ପିଣ୍ଟୁ କୁମାର ଏବଂ ବିହାର ମାଂଝୀ ଥାନା ଅଞ୍ଚଳ ଛାପଡ଼ାର ରାଜୀବ କୁମାର ସିଂକୁ ଗିରଫ କରିଥିବାବେଳେ, ମୋବାଇଲ ଲୁଟ୍ ମାମଲାରେ ଝାରଖଣ୍ଡ ତାଲଝରି ଥାନା ନାୟାଟୋଲିର ସଞ୍ଜୁ କୁମାର ଏଵଂ ହରିୟାଣା ଫରିଦାବାଦ ଅଞ୍ଚଳର ସଞ୍ଜୟ ପାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ୍ ।

ଦୀର୍ଘ ଦିନରୁ ଏହି ଦୁଇ ଗ୍ୟାଙ୍ଗ ସୁନ୍ଦରଗଡ଼ ସହରରେ ଆତଙ୍କ ମଚାଇଥିଲେ । ବଜାରରୁ ମୋବାଇଲ ଚୋରି ଏବଂ ରାସ୍ତାରେ ଯିବା ବାଟରେ ବେକରୁ ସୁନା ଚେନ୍ ଲୁଟ ଘଟଣା ନୀତି ଦିନିଆ ଘଟଣା ହୋଇଯାଇଥିଲା। ପୋଲିସ୍ ଏମାନଙ୍କ ଅନ୍ୟ ଥାନା ମାନଙ୍କରେ ମାମଲା ରହିଛି ନା ନାହିଁ ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।

ସତ କହିବାକୁ ଗଲେ ଦିନକୁ ଦିନ ବଢି ଚାଲିଛି କ୍ରାଇମ୍ । ପୋଲିସ୍ ଯେତେ ସଚେତନ କଲେ ବି ଅପରାଧୀଙ୍କ ହାବୁଡରେ ପଡିଯାଉଛନ୍ତି ଲୋକେ । ତେବେ ସେ ଯାହାବି ହେଉ ନା କାହିଁକି ବୋଧହୁଏ ଭାଗ୍ୟ ଟାଣ ଥିଲା ଏମାନଙ୍କର, ଯାହାପାଇଁ ଫେରିପାଇଲେ ଏମାନେ ନିଜର ଚୋରି ମୋବାଇଲ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.