Below header

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ସାଂସଦ ତଥା କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ପ୍ରକଳ୍ପ ନେଇ ଆନନ୍ଦିତ ବୋଲି ମତ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ 5T ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏହା ସଫଳ ହୋଇଛି ।

ପୁରୀ (କେନ୍ୟୁଜ୍‌) : ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ସାଂସଦ ତଥା କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ପ୍ରକଳ୍ପ ନେଇ ଆନନ୍ଦିତ ବୋଲି ମତ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ 5T ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏହା ସଫଳ ହୋଇଛି । ଓଡ଼ିଶାର ମାନ, ମହତ ଓ ପର୍ଯ୍ୟଟନ ଅଭିବୃଦ୍ଧି ହେବ । ପରିକ୍ରମା ବୁଲିବା ପୂର୍ବରୁ ସାଂସଦ ଡ. ଅଚ୍ୟୁତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ । ଏ ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ମୁଁ ପୁରୀ SCS କଲେଜରେ ପଢ଼ୁଥିଲି । ଏବଂ ପ୍ରତ୍ୟେକ ମାସର ୧ ତାରିଖ ଦିନ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିଲି। ସେତେବେଳେ ଭାବୁଥିଲି କାହିଁକି ପରିବର୍ତ୍ତନ ହେଉନାହିଁ । ଏବେ ସେହି ପରିବର୍ତ୍ତନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.