ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ବ୍ଲାଙ୍କେଟ୍ ସିକ୍ୟୁରିଟିରେ ଶ୍ରୀକ୍ଷେତ୍ର

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବମୁଖର ବଡ଼ଦାଣ୍ଡ । ବ୍ଲାଙ୍କେଟ୍ ସିକ୍ୟୁରିଟିରେ ଆଚ୍ଛାଦିତ ହୋଇଛି ପୁରୀ ଶ୍ରୀକ୍ଷେତ୍ର। ଦେଶ ବିଦେଶରୁ ଅତିଥି ଆସୁଛନ୍ତି । ସାମିଲ ହେବେ ମନ୍ତ୍ରୀ, ସାଂସଦ ଓ ବିଧାୟକ । ଭିଭିଆଇପି ଓ ଭକ୍ତଙ୍କ ପାଇଁ ଶ୍ରୀକ୍ଷେତ୍ରରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପୁରୀ (କେନ୍ୟୁଜ୍‌) : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବମୁଖର ବଡ଼ଦାଣ୍ଡ । ବ୍ଲାଙ୍କେଟ୍ ସିକ୍ୟୁରିଟିରେ ଆଚ୍ଛାଦିତ ହୋଇଛି ପୁରୀ ଶ୍ରୀକ୍ଷେତ୍ର। ଦେଶ ବିଦେଶରୁ ଅତିଥି ଆସୁଛନ୍ତି । ସାମିଲ ହେବେ ମନ୍ତ୍ରୀ, ସାଂସଦ ଓ ବିଧାୟକ । ଭିଭିଆଇପି ଓ ଭକ୍ତଙ୍କ ପାଇଁ ଶ୍ରୀକ୍ଷେତ୍ରରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୦୦ ଜଣ ସୁପରଭାଇଜିଂ ଅଧିକାରୀ ,୨୫୦ ସବ ଇନ୍ସପେକ୍ଟର ଓ ଏଏସ୍ଆଇଙ୍କ ସହ ନିୟୋଜିତ ହୋଇଛନ୍ତି ୮୦ ପ୍ଲାଟୁନ ପୋଲିସ ଫୋର୍ସ । ୪ଟି ବୋମା ନିଷ୍କ୍ରିୟକାରୀ ଦଳ, ୩ଟି K 9 ଟିମ୍ ସହ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଆଣ୍ଟି ସାବୋଟାଜ୍ ଟିମ୍ ମୁତୟନ ଅଛନ୍ତି ।

ସିଂହଦ୍ଵାର ଥାନା ନିକଟରେ କରାଯାଇଛି ପୋଲିସ କଣ୍ଟ୍ରୋଲ ରୁମ୍ । ସୁରକ୍ଷା ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଯୋଡାଯାଇଛି । ବଡ଼ଦାଣ୍ଡ, ଶ୍ରୀମନ୍ଦିର ଭିତର ଓ ବାହାର, ଚତୁଃପାର୍ଶ୍ଵ, ଯଜ୍ଞ ମଣ୍ଡପ, ମୁଖ୍ୟମନ୍ତ୍ରୀ ବସିବା ସ୍ଥାନ, ଶ୍ରୀମାର୍ଗ, ଶ୍ରୀସେତୁ, ଶ୍ରୀଜଗନ୍ନାଥ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର,ଉତ୍ତର ପାର୍ଶ୍ଵ ମଠ ନିକଟରେ ଅତିଥିଙ୍କ ବସିବା ସ୍ଥାନ ସିସିଟିଭି କ୍ୟାମେରା ଦ୍ଵାରା ନିୟନ୍ତ୍ରଣ କରାଯାଉଛି। ଗତକାଲି ପୁରୀ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

Leave A Reply

Your email address will not be published.