ତେଜପତ୍ରକୁ ପାଣିରେ ଫୁଟାଇ ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ଜାଣିଛନ୍ତି କି ଆମ ରୋଷେଇ ଘରେ ମସଲା ଭାବରେ ବ୍ୟବହୃତ ହେଉଥିବା ତେଜପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇପାରେ ? ତେବେ ସକାଳୁ ଉଠି ତେଜପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିପାରେ ।

ତେଜପତ୍ର ହେଉଛି ଏକ ଔଷଧ ଯାହା ଆମ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇଥାଏ । ତେଜପତ୍ର ଏପରି ଏକ ଔଷଧ, ଯାହାର ଅନେକ ଜବରଦସ୍ତ ଲାଭ ଅଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଆପଣ ଜାଣିଛନ୍ତି କି ଆମ ରୋଷେଇ ଘରେ ମସଲା ଭାବରେ ବ୍ୟବହୃତ ହେଉଥିବା ତେଜପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇପାରେ ? ତେବେ ସକାଳୁ ଉଠି ତେଜପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିପାରେ । ଏହା କେବଳ ପାରମ୍ପାରିକ ରେସିପି ନୁହେଁ, ବରଂ ବୈଜ୍ଞାନିକମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରିତା ।

ତେବେ ପାଣିରେ ଫୁଟାଯାଇଥିବା ତେଜପତ୍ର ପାଣି ପିଇବା ଓଜନ କମ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଉପାଦାନଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସକାଳେ ତେଜପତ୍ରର ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ଏହା ଆମ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ତେଜପତ୍ରର ପାଣି ପ୍ରସ୍ତୁତି କରିବା ଏବଂ ଏହାର ଉପକାରିତା କ’ଣ ରହିଛି ।

ତେଜପତ୍ର ପାଣି କିପରି ତିଆରି କରିବେ :
ସର୍ବପ୍ରଥମେ କିଛି ସତେଜ ତେଜପତ୍ର ନିଅନ୍ତୁ ଏବଂ ଏହି ପତ୍ରଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଗୋଟିଏ ଗ୍ଲାସ ପାଣି ନେଇ ଫୁଟାନ୍ତୁ ଏବଂ ପାଣି ଫୁଟିବା ପରେ ସେଥିରେ କିଛି ତେଜପତ୍ର ମିଶାନ୍ତୁ । ସେହି ପାଣିକୁ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରନ୍ତୁ ଏବଂ ପାଣି ଟିକେ ଥଣ୍ଡା ହେବାକୁ ଦିଅନ୍ତୁ । ସେହି ପାଣି ଅଳ୍ପ ଥଣ୍ଡା ହୋଇଗଲା ପରେ ତାକୁ ଛାଣି ଏକ କପ୍‌ରେ ପିଅନ୍ତୁ । ଯଦି ଆପଣ ଚାହିଁବେ, ତାହେଲେ ଆପଣ ଏଥିରେ ଅଳ୍ପ ଅଦା କିମ୍ବା ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ ।

ଜାଣନ୍ତୁ ଏହାର ଉପକାରିତା :
ତେଜପତ୍ରର ପାଣି ଓଜନ କମ କରିବାରେ ସାହାଯ୍ୟ କରେ । ଏହା ଆମର ଭୋକକୁ କମ କରିଥାଏ ଏବଂ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରିଥାଏ ।
ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଆମ ଶରୀରରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ ମୁକ୍ତ ରେଡିକାଲ୍ ନାମକ କ୍ଷତିକାରକ ପଦାର୍ଥ ସହିତ ଲଢିଥାଏ । ଯାହା ଦ୍ୱାରା ଆମେ ଅନେକ ରୋଗରୁ ମୁକ୍ତି ପାଇଥାଉ ।
ତେଜପତ୍ର ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆମ କୋଷକୁ କ୍ଷତି ହେବାରୁ ରକ୍ଷା କରିଥାଏ ।
କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
ଶରୀରକୁ ଶକ୍ତି ଦେଇଥିଏ ଏବଂ ଥକ୍କାପଣ ଦୂର କରିଥାଏ ।
ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ତେଜପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ମିଳିଥାଏ । ତେବେ ଆମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ସି ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା କିଡିନ୍‌ ସମସ୍ୟା ଏବଂ ହାର୍ଟ ରୋଗ ସହିତ ଲଢିବାରେ ମଧ୍ୟ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.