ରାଜ୍ଯରେ ଆଜି ୩୭୨ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୮୩୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୩୭୨ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୧୪, ଏବଂ ଲୋକାଲ୍ କେସରୁ ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ହଜାର ୨୩୩କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୧ ହଜାର ୩୦୯। ଆକ୍ଟିଭ କେସ୍‌ ରହିଛି ୩ ହଜାର ୦୩୫।

ଅନ୍ଯପଟେ ଆଜି ରାଜ୍ଯରେ ଗଲା ୪ଜଣ କରୋନା ସଂକ୍ରମିତଙ୍କ ଜୀବନ।  ଏମାନଙ୍କ ଭିତରୁ ଭୁବନେଶ୍ବର,ମୟୁରଭଞ୍ଜ,ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୩୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.