ବରଗଡ଼ ଧନୁଯାତ୍ରାର ଆଜି ପଞ୍ଚମ ଦିନ: ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳୀୟ ଦଳନ ଓ ବିଶ୍ୱରୂପ ଦର୍ଶନ ହେବ ଅଭିନୀତ

ବରଗଡ଼: ଜମୁଛି ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କୁ ଘାରିଛି ମୃତ୍ୟୁ ଭୟ । ଚତୁର୍ଥ ଦିବସରେ ଗୋପପୁର ପ୍ରେରିତ ରାକ୍ଷସୀଙ୍କୁ ନିଧନ କଲେ ଶ୍ରୀକୃଷ୍ଣ । ଆଜି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳୀୟ ଦଳନ ଓ ବିଶ୍ୱରୂପ ଦର୍ଶନ ଅଭିନୀତ ହେବ । ରାଜ ଦରବାରରେ ରାଜଅତିଥି ଥିଲେ ଡିଆଇଜି ହିମାଂଶୁ ଲାଲ । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲିରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା। ଗୋପାଳଙ୍କ ନାଚଗୀତରେ କୃଷ୍ଣମୟ ହୋଇଛି ପରିବେଶ। କୃଷ୍ଣପ୍ରେମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକତାର ପରିବେଶ। ଏହା ଭିତରେ ବିଫଳ ହୋଇଛି ମହାରାଜା କଂସଙ୍କ କୁତ୍ସାରଟନା। ଶ୍ରୀକୃଷ୍ଣଙ୍କୁ ହତ୍ୟା ପାଇଁ କଂସ ପଠାଇଥିବା ପୁତନା, ଶଣ୍ଢାସୁର, ବକଟା ଓ ଧେନୁ ଆଦି ରାକ୍ଷସ ବଧ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.