Below header

ଛୁଟି ଛଡ଼ାଇ ନେଲା ପଞ୍ଚମ ଶନିବାର

ଭୁବନେଶ୍ବର(କେନ୍ୟୁଜ୍): ଛୁଟି ଛଡ଼ାଇନେଲା ପଞ୍ଚମ ଶନିବାର । ପ୍ରତି ମାସର ଚତୁର୍ଥ ଶନିବାର ସରକାରୀ ଅଫିସ ଛୁଟି ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ଘୋଷଣା ପରେ ଆଜି ହେଉଛି ମାସର ଶେଷ ଶନିବାର । ଚଳିତ ମାସ ୪ଟି ନୁହଁ ୫ଟି ଶନିବାର ପଡୁଛି । ତେଣୁ ଆଜି ସରକାରୀ ଅଫିସ୍‌ ଖୋଲା ରହିବ । କର୍ମଚାରୀମାନେ ପୂର୍ବ ପରି ଅଫିସ ଯିବେ । ସରକାରଙ୍କ ଘୋଷଣା ଅନୁସାରେ ଏବେ ସରକାରୀ ଅଫିସ୍‌ ଦିନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଦିନ ୧ଟା ୩୦ରୁ ୨ଟା ପର‌୍ୟ୍ୟନ୍ତ ଲଞ୍ଚ ବ୍ରେକ୍‌ ରହିବ । ଚତୁର୍ଥ ଶନିବାରର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ କିପରି କାର୍ଯ୍ୟକାରୀ ହେଉଛି ତାର ସମୀକ୍ଷା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.