Below header

ଆୟକର ଆଇନରେ ଅଣାଯିବ ସଂଶୋଧନ, ନୂଆ ପ୍ରତ୍ୟକ୍ଷ କର ଆଇନ ଡ୍ରାଫ୍ଟ ପ୍ରସ୍ତୁତ ପାଇଁ ଟାସ୍କ ଫୋର୍ସ ଗଠନ

ନୂଆଦିଲ୍ଲୀ(କେନ୍ୟୁଜ୍): ଆୟକର ଆଇନ, ୧୯୬୧ରେ ସଂଶୋଧନ ଅଣାଯିବ । ଏଥିସହ ନୂଆ ପ୍ରତ୍ୟକ୍ଷ କର ଆଇନ ଡ୍ରାଫ୍ଟ ପ୍ରସ୍ତୁତ ଲାଗି କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଅଖିଳେଶ ରଂଜନଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଟର୍ମସ ଅଫ ରେଫରେନ୍ସରେ ରହିଛି ବ୍ୟକ୍ତିଗତ ଉପସ୍ଥିତି ବିନା କିପରି ଆୟକର ଯାଞ୍ଚ ଓ ଆକଳନ ହୋଇପାରିବ । କଂପ୍ୟୁଟର ମାଧ୍ୟମରେ ବିତ୍ତୀୟ କାରବାରର ଯାଞ୍ଚ , ସୁପ୍ରିମକୋର୍ଟ, ହାଇକୋର୍ଟ, ଆପିଲେଟ ଟ୍ରିବ୍ୟୁନାଲରେ କିପରି ଆୟକର ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ ଓ ଆୟକର ପ୍ରଣାଳୀକୁ ସରଳୀକରଣ କରିବା ଦିଗରେ ଏହି ଟାସ୍କ ଫୋର୍ସ ପାଇଁ ଟର୍ମସ ଅଫ ରିଫରେନ୍‌ସ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.