Below header

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩ ଜଣ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ, ଘରେ ପଶି ସ୍ୱାମୀ ଓ ଦୁଇ ପିଲାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩ ଜଣ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘରେ ପଶି ସ୍ୱାମୀ ଓ ଦୁଇ ପିଲାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଗାଁରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ୩ ଜଣ ଦୁର୍ବୃତ୍ତ ଘରେ ପଶି ମହିଳାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଥିଲେ । ଏଥିସହ ମହିଳାଙ୍କୁ ସେମାନେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ସ୍ୱାମୀ ଓ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.