ଆଜି ଏକାଦଶୀ ତିଥିରେ ନଟବର ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

ବ୍ରହ୍ମଗିରି(କେନ୍ୟୁଜ୍): ବ୍ରହ୍ମଗିରି ସ୍ଥିତ ଅଲାରନାଥ ଆଜି ଏକାଦଶୀ ତିଥିରେ ନଟବର ବେଶ ଧାରଣ କରିଛନ୍ତି । ଏଥିପାଇଁ ରାତି ୩ଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ଚନ୍ଦନ, ତୁଳସୀ ଲାଗି ହୋଇ ପ୍ରଭୁଙ୍କ ବଲ୍ଲଭ ଉଠିଛି । ଭୋର ୫ଟାରୁ ଶ୍ରୀଜିଉ ନଟବର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଲମ୍ବା ଲାଇନରେ ବ୍ୟାରିକେଡରେ ଶ୍ରଦ୍ଧାଳୁମାନେ ଆସି ଦର୍ଶନ କରୁଛନ୍ତି । ଦ୍ୱିପ୍ରହର ଦୀପ ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ପାଲିଙ୍କିରେ ବିଜେ ହୋଇ ବେଢ଼ା ପରିକ୍ରମା କରିବେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶ୍ୱାସ ରହିଛି, ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଭଳି ପୁଣ୍ୟ ମିଳିଥାଏ । ଏଥିପାଇଁ ଅଲରାନାଥରେ ଭକ୍ତଙ୍କ ଭିଡ଼ ଜମୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.