Below header

୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ, ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

5T ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ଏଥିରେ ବଲାଙ୍ଗିର ଜିଲ୍ଲାର ୧୦୦ଟି ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୧ଟି, ପୁରୀ ଜିଲ୍ଲାର ୫୩ଟି, କେନ୍ଦ୍ରାପଡା ଜିଲ୍ଲାର ୫୬ଟି ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲର ରୂପାନ୍ତରଣ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ 5T ଉପକ୍ରମରେ ବଦଳୁଛି ଶିକ୍ଷା ଭିତ୍ତିଭୂମି। 5T ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ଏଥିରେ ବଲାଙ୍ଗିର ଜିଲ୍ଲାର ୧୦୦ଟି ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୧ଟି, ପୁରୀ ଜିଲ୍ଲାର ୫୩ଟି, କେନ୍ଦ୍ରାପଡା ଜିଲ୍ଲାର ୫୬ଟି ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲର ରୂପାନ୍ତରଣ ହୋଇଥିଲା।

ଏହାଦ୍ଵାରା ତୃତୀୟ ପର୍ଯ୍ୟାୟରେ ଦୁଇ ଦିନରେ ୬୮୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ତିନିଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ। ଏହି ଅବସରରେ ସମୟର ଠିକ୍‌ ଉପଯୋଗ କଲେ ସବୁବେଳେ ଆଗରେ ରହିବ ବୋଲି ପିଲାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋରାପୁଟ ଜିଲ୍ଲାର ଜଣେ ଛାତ୍ରୀ ବିଷ୍ଣୁପ୍ରିୟା ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି। ବଡ଼ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାବାସୀଙ୍କ ସେବା କରିବାର ସ୍ୱପ୍ନ ଦେଖୁଛନ୍ତି ବୋଲି କହିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଭିଡିଓ କନ୍‌ଫରେନ୍‌ସିଂରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ 5Tର ଉପଯୋଗ ସଂପର୍କରେ ବୁଝାଇ ସମୟ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.