Below header

ପଦ୍ମ ଧରିଲେ ପୂର୍ବତନ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀ

ଦିଲ୍ଲୀ(କେନ୍ୟୁଜ୍) : ପଦ୍ମ ଧରିଲେ ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଅପରାଜିତାଙ୍କ ଯୋଗଦାନ ଫଳରେ ବିଜେପି ମଜବୁତ୍‌ ହେବ ବୋଲି ବିଜେପି ନେତାମାନେ ଆଶା ରଖିଛନ୍ତି। ବିଜେପିରେ ଯୋଗ ଦେବା ପରେ ଆସନ୍ତାକାଲି ଓଡିଶା ଆସିବେ ଅପରାଜିତା ।

appଗତ ସେପ୍ଟେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଆବେଦନ କରିଥିଲେ ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଏହାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଜିତାଙ୍କ ଭିଆର୍‌ଏସ୍‌ ସୁପାରିସରେ ମୋହର ମାରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.