Below header

ପ୍ରତୀକ୍ଷାର ଅନ୍ତ, ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବ କପର ଉଦଘାଟନୀ ଉତ୍ସବ

ଭୁବନେଶ୍ବର(କେନ୍ୟୁଜ୍) : ପ୍ରତୀକ୍ଷାର ଅନ୍ତ । ହକିକୁ ନେଇ ବଢୁଛି ହୃତକମ୍ପନ । ଆଜି କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ । ମୁଖ୍ୟ ଆକର୍ଷଣ ସାଜିବେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏଆର ରେହମାନ, କିଙ୍ଗ ଖାନ୍‌ ଶାହାରୁଖ, ମାଧୁରୀଙ୍କ ସମେତ ଦେଶୀ ବିଦେଶୀ ନୃତ୍ୟାଙ୍ଗନା । ଦେଶୀ ବିଦେଶୀ କଳାକାରଙ୍କ ଜଲଓ୍ଵା ସାଙ୍ଗକୁ ଓଲିଉଡ୍‌ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ପ୍ରଦର୍ଶନ ବି ରହିଛି । ଓଡ଼ିଶୀ, କୁଚିପୁଡ଼ି, ଭାରତନାଟ୍ୟମ ଆଦି ନୃତ୍ୟ ସଙ୍ଗୀତରେ ମତୁଆଲା ହେବ ଦର୍ଶକ । କାଲିଠୁ ହକିର ଅସଲ ଲଢ଼େଇ । ପହଞ୍ଚି ସାରିଛନ୍ତି ପ୍ରତିଯୋଗୀ ଦେଶର ୧୬ଟି ଯାକ ଟିମ୍‌ । କଳିଙ୍ଗ ଷ୍ଟାଡିୟମ୍‌ ବି ଏହି ମେଗା କ୍ରୀଡ଼ା ମହାକୁମ୍ଭ ପାଇଁ ପ୍ରସ୍ତୁତ । ଏବେ କେବଳ ସମସ୍ତଙ୍କର ଅପେକ୍ଷା ଉଦଘାଟନୀ ଉତ୍ସବକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.